ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ

ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଆଜି ଉଦଘାଟିତ ହୋଇଯାଇଛି। ଚିଫ ଜେନେରାଲ ମ୍ୟାନେଜର, ଭୁବନେଶ୍ୱର ଶ୍ରୀ ଦିନେଶ ପ୍ରୁଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ସମ୍ପ୍ରସାରିତ ଶାଖାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଡେପୁଟି ଜେନେରାଲ ମ୍ୟାନେଜର, ବ୍ରହ୍ମପୁର ସୋନ୍ଦିପ କୁମାର ଚୋବେ, ରିଜିଓନାଲ ମ୍ୟାନେଜର ଭବାନୀପାଟଣା ଆର. ଜି. ପଟ୍ଟନାୟକ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଗମ୍ଭାରୀଗୁଡା ସ୍ଥିତ ଯଶୋଦା ଅନାଥ ଆଶ୍ରମ ରେ ରହୁଥିବା ଅନ୍ତେଃ ବାସିନୀ ମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ର ସି ଏସ ଆର ଫଣ୍ଡ ରୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଅନାଥ ଆଶ୍ରମ ଚଳାଉ ଥିବା ସମାଜ ସେବୀ ଦମ୍ପତି ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲ ଙ୍କୁ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଦିନେଶ ପ୍ରୁଥି ସମ୍ବର୍ଦ୍ଧିତ କରିଥିଲେ। 

ଏହି ଅବସରରେ କିଛି ଚାଷୀ ଓ ସୟଂ ସହାୟକ ଗୋଷ୍ଟୀ ଙ୍କୁ ଚିଫ ଜେନେରାଲ ମ୍ୟାନେଜର ଋଣ ଅର୍ଥ ପ୍ରଦାନ କରିଥଲେ। ଧର୍ମଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଉପରେ ନିର୍ମିତ ହୋଇଥିବା ଉକ୍ତ ସମ୍ପ୍ରସାରିତ କୋଠା କୁ ଭିନ୍ନକ୍ଷମ ହିତାଧିକାରୀ ଓ ବିରଷ୍ଠ ବ୍ୟାଙ୍କ ଗ୍ରାହକ ଙ୍କ ଯାତାୟାତ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ଏଵଂ ବ୍ୟାଙ୍କ ସମ୍ମୁଖରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ମଟର ସାଇକେଲ ଓ ଯାନବାହାନ ପାଇଁ ପାର୍କିଂ ପାଇଁ ବିଶେଷ ସୁବିଧା କରାଯିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ।

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପରିଚାଳକ ସାଇ ଶଙ୍କର ପ୍ରଧାନ, ବଜାର ଶାଖାର ଶାଖା ପରିଚାଳକ ସଂଗ୍ରାମ ସାହୁ, ବ୍ରହ୍ମପୁର ମଣ୍ଡଳ ବ୍ୟାଙ୍କ କର୍ମଚାରୀ ସଂଘର ସଂପାଦକ ସୌମ୍ୟଜିତ୍ ମୁଣ୍ଡ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!