ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ

ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଆଜି ଉଦଘାଟିତ ହୋଇଯାଇଛି। ଚିଫ ଜେନେରାଲ ମ୍ୟାନେଜର, ଭୁବନେଶ୍ୱର ଶ୍ରୀ ଦିନେଶ ପ୍ରୁଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ସମ୍ପ୍ରସାରିତ ଶାଖାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଡେପୁଟି ଜେନେରାଲ ମ୍ୟାନେଜର, ବ୍ରହ୍ମପୁର ସୋନ୍ଦିପ କୁମାର ଚୋବେ, ରିଜିଓନାଲ ମ୍ୟାନେଜର ଭବାନୀପାଟଣା ଆର. ଜି. ପଟ୍ଟନାୟକ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଗମ୍ଭାରୀଗୁଡା ସ୍ଥିତ ଯଶୋଦା ଅନାଥ ଆଶ୍ରମ ରେ ରହୁଥିବା ଅନ୍ତେଃ ବାସିନୀ ମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ର ସି ଏସ ଆର ଫଣ୍ଡ ରୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଅନାଥ ଆଶ୍ରମ ଚଳାଉ ଥିବା ସମାଜ ସେବୀ ଦମ୍ପତି ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲ ଙ୍କୁ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଦିନେଶ ପ୍ରୁଥି ସମ୍ବର୍ଦ୍ଧିତ କରିଥିଲେ। 

ଏହି ଅବସରରେ କିଛି ଚାଷୀ ଓ ସୟଂ ସହାୟକ ଗୋଷ୍ଟୀ ଙ୍କୁ ଚିଫ ଜେନେରାଲ ମ୍ୟାନେଜର ଋଣ ଅର୍ଥ ପ୍ରଦାନ କରିଥଲେ। ଧର୍ମଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଉପରେ ନିର୍ମିତ ହୋଇଥିବା ଉକ୍ତ ସମ୍ପ୍ରସାରିତ କୋଠା କୁ ଭିନ୍ନକ୍ଷମ ହିତାଧିକାରୀ ଓ ବିରଷ୍ଠ ବ୍ୟାଙ୍କ ଗ୍ରାହକ ଙ୍କ ଯାତାୟାତ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ଏଵଂ ବ୍ୟାଙ୍କ ସମ୍ମୁଖରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ମଟର ସାଇକେଲ ଓ ଯାନବାହାନ ପାଇଁ ପାର୍କିଂ ପାଇଁ ବିଶେଷ ସୁବିଧା କରାଯିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ।

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପରିଚାଳକ ସାଇ ଶଙ୍କର ପ୍ରଧାନ, ବଜାର ଶାଖାର ଶାଖା ପରିଚାଳକ ସଂଗ୍ରାମ ସାହୁ, ବ୍ରହ୍ମପୁର ମଣ୍ଡଳ ବ୍ୟାଙ୍କ କର୍ମଚାରୀ ସଂଘର ସଂପାଦକ ସୌମ୍ୟଜିତ୍ ମୁଣ୍ଡ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମ୍ବଲପୁରୀ କଳା ଓ ସଂସ୍କୃତିର ମାଦଳ ତାଳ

Sunil Chandra Nayak

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

masiha

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!