ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ମାରଣା ନିତି ବିରୁଦ୍ଧରେ   ରାଜ୍ୟ ବ୍ୟାପୀ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

ଶ୍ରମିକ ମାରଣା ନିତି ବିରୁଦ୍ଧରେ 

 ରାଜ୍ୟ ବ୍ୟାପୀ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

ଚଳିତ ମାସ 01 08 2024 ତାରିଖ ଦିନ ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲର ଆପ ଟ୍ରେଡ ଜୁନିୟନ (AICCTU) ପାଚିକା ଓ ସହାୟିକା ମହାସଂଘ ତରଫରୁ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଖଣ୍ଡ ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ରେ 10 ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ମୋଦୀ ସରକାର ପରି ଦେଶର ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛନ୍ତି ସେମାନେ ଦେଶର ନିର୍ମାଣ ଶ୍ରମିକମାନଙ୍କ ସହିତ ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ କାଟଛାଣ୍ଟ କରିବାରେ ଲାଗିଛନ୍ତି । ବିଦ୍ୟାଳୟ ଗୁଡ଼ିକର ମଧ୍ୟାହ୍ନ ଭୋଜନ ପାଚିକା, ଆଶା, ଅଙ୍ଗନବାଡ଼ି କାର୍ଯ୍ୟକର୍ତାମାନଙ୍କହ ସହିତ ଅନ୍ୟାନ୍ୟ ସ୍କିମ୍ ୱାର୍କରମାନଙ୍କର ନ୍ୟାର୍ଯ୍ୟଦାବିକୁ ବିନା କାରଣରେ ଟାଳି ଦିଆଯିବାରେ ଲାଗିଛି । ସଫାଇ କର୍ମଚାରୀ ମାନଙ୍କ ସହିତ ଅନ୍ୟ ଠିକା ଶ୍ରମିକମାନଙ୍କୁ ନିୟମିତ କରାଯାଉ ନାହିଁ । ମୋଟ ଉପରେ ଶ୍ରମିକଶ୍ରେଣୀର ସ୍ୱାର୍ଥ ଓ ଅଧୁକାରକୁ ଭୁଲୁଣ୍ଠିତ କରାଯାଉଛି । ତେଣୁ କେବଳ ଜୋରଦାର ସଂଘର୍ଷ ଜରିଆରେ ବିଜେପି / ଏନ୍‌ଡିଏ ସରକାର ଅଣ୍ଟା ଭାଙ୍ଗିଦେବାକୁ ହେବ, ଦାବୀ ଆଦାୟ କରିବାକୁ ହେବ । ମନରେଗା ଶ୍ରମିକମାନଙ୍କ ଲାଗି ବଜେଟ କମି କମି ଯାଉଛି । ଆମ ରାଜ୍ୟରେ ନୂତନ କରି ଆସିଥିବା ବିଜେପି ସରକାର ମଧ୍ୟ ମୋଦୀ ଓ ଯୋଗୀଙ୍କ ପରି ବୁଲଡୋଜରରାଜ ଓ ଶ୍ରମକୋଡ଼କୁ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି । ଯାହାଫଳରେ ହଜାର ହଜାର ସଂଖ୍ୟାରେ ଗରିବ ଓ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କର ଜୀବନ ଜୀବିକା ହରାଇବେ । ନୂତନ ରାଜ୍ୟ ସରକାର ଅବସରପ୍ରାପ୍ତ ସରକାରୀ କର୍ମୟରାମାନଙ୍କୁ ନିଯୁକ୍ତି ଦେବାରେ ଲାଗିଛନ୍ତି । ଅଥଚ ରାଜ୍ୟ ରେ ବନ୍ଦ ପଡ଼ିଥ‌ିବା କଳକାରଖାନା ଗୁଡ଼ିକୁ ଖୋଲିବା, ନୂଆ ନିଯୁକ୍ତି କରିବା ସମ୍ପର୍କରେ ସରକାରଙ୍କର କୌଣସି ଖାସ୍ ଯୋଜନା ନାହିଁ ।

            କ୍ରୀତଦାସ କରିବା ପାଇଁ ଅଣାଯାଇଥିବା ସ୍ଫରି ଶ୍ରମକୋଡ଼ ସହିତ ୩ ଅପରାଧୂକ ଆଇନକୁ ବାତିଲ୍, ଶ୍ରମିକଙ୍କର ସର୍ବନିମ୍ନ ମାସିକ ମଜୁରି ୩୫,୦୦୦ ଓ ପେନ୍‌ସନ୍‌ ୧୦୦୦୦ ଟଙ୍କା ଘୋଷଣା କରିବା, ୧୨ ଘଣ୍ଟିଆ ଶ୍ରମଦିବସ ଚଳିବ ନାହିଁ । ଏବେର ସର୍ବନିମ୍ନ ମଜୁରି ପ୍ରଦାନକୁ କଡ଼ାକଡ଼ି, ଭବିଷ୍ୟନିଧ୍ବ ଅର୍ଥ ଜମାଳରୁ ନଥୁବା ମାଲିକଙ୍କ ଜୋରିମାନା ରାଶିକୁ କମ୍ କରିବା ନିୟମ ଫେରସ୍ତ ନେବା, ଠିକା / ଆଉଟସୋସିଂ । ସାବଧୂ ନିଯୁକ୍ତି ଯୋଜନା ବନ୍ଦ କରିବ, ଖାଲିଥିବା ସରକାରୀ ପଦକୁ ପୂରଣ, ଖାଦ୍ୟ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରେ ଲଗାମ , ବେକାରୀ ସମସ୍ୟାକୁ ନିୟନ୍ତ୍ରଣ କର, ୫୦୦୦ ଟଙ୍କା ବେକାରୀ ଭତ୍ତା ପ୍ରଦାନ କର ଓ ଅବସରପ୍ରାପ୍ତ କର୍ମୟରୀଙ୍କ ପୁନଃନିଯୁକ୍ତିକୁ ବନ୍ଦ କରିବା, ସ୍କିମ୍ କର୍ମଋରୀମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ, ମନରେଗାରେ ୨୦୦ ଦିନର କାମ ଦିଆ ଓ ମନରେଗାରେ ସର୍ବନିମ୍ନ ଦୈନିକ ମଜୁରି ୬୦୦ ଟଙ୍କା    , ବେଲଗାମ ଘରୋଇକରଣକୁ ରୋକାଯାଉ ଓ ରାଷ୍ଟ୍ରୀୟ ବିମୁଦ୍ରାକରଣ, ପ୍ରିପେଡ଼ ବିଜୁଳି ବିଲ୍ ଫେରସ୍ତ କରିବା, ଦାବି ନେଇ ପାଚିକା ଓ ସହାୟିକା ମହାସଂଘ ଉପଦେଷ୍ଟା ପ୍ରତିବାଦ ସଭା ରେ ବକ୍ତବ୍ୟ ରଖି ଥିଲେ। 

  ରାଜେନ୍ଦ୍ର ମାଝୀ , କୈଳାସ ଶବର, ସାଇମା ଶବର, ସୁଜାତା ଶବର, ଗୋବିନ୍ଦ ଶବର , ଲବ ଶବର, ପ୍ରକାଶ ମାଝୀ, ସମ୍ଭରା ଶବର, ତ୍ରିନାଥ ଶବର, ରାଜେନ୍ଦ୍ର ମାଝୀ, ଭିମ ମାଝୀ, ଝିରମୟ ମାଝୀ , ଜଗଦୀଶ ମଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

masiha

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

Leave a Comment

error: Content is protected !!