କାମାକ୍ଷାନଗର ମହିମା ପୀଠରେ ନୂଆଖାଇପର୍ବ ପାଳନ
କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗରମହିମା ପୀଠରେ ଗଣପର୍ବ ନୂଆଖାଇକୁ ଧର୍ମୀୟ ଭାବନା ଓ ଭକ୍ତିର ଚେତନା ସହ ନବାନ୍ନ ଖାଇ ପାଳିଛନ୍ତି ସାଧୁସନ୍ଥ ଓ ମହିମାଧର୍ମାଲମ୍ବୀ । ଓଡିଶାର ପରମ୍ପରା ଓମହିମା ଧର୍ମର ପାଞ୍ଚ ଧାମ ମଧ୍ୟରୁ କାମାକ୍ଷାନଗର ମଢିସାହିରେ ଥିବା ମହିମା ପୀଠ ଅନ୍ୟତମ। ଯେଉଁଠି ମହିମା ଧର୍ମାବଲମ୍ବୀ ମାନେ ବେଶ ଆନନ୍ଦ ଓ ଉଦ୍ଦୀପନା ସହ ନୂଆଖାଇକୁ ପାଳିଛନ୍ତି।
କାମାକ୍ଷାନଗରମହିମା ପ୍ରଥମେ ଆରମ୍ଭ ହୋଇଥିଲା ମଢି ସାହିର ମହିମା ପୀଠ। ପରବର୍ତି ସମୟରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ଅଦ୍ୟାବଧି ପ୍ରଭୁ ଅଲେଖ ମହିମାଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ଜାରି ରହିଛି। ପୀଠର ଅନ୍ୟତମ ବଡପର୍ବ ହେଉଛି ନୂଆଖାଇ ପର୍ବ।ଚାଷିର ପ୍ରଥମ ଶଷ୍ୟରୁ ନବାନ୍ନ ପ୍ରସ୍ତୁତ କରାଯାଇ ଜାତି ଓ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ଯାହା ଆବାହାନ କାଳରୁ ପବିତ୍ର ଗଣପର୍ବ ନୂଆଖାଇକୁ ଏହି ପୀଠରେ ପାଳନ କରାଯାଉଅଛି । ବ୍ରମ୍ମମୁହୁର୍ତରୁ ପ୍ରଭୁ ଅଲେଖ ସ୍ୱାମୀଙ୍କର ପୂଜାର୍ଚ୍ଚନା କରାଯାଇ ଖଞ୍ଜଣିର ତାଳେ ତାଳେ ଭିମୋଭୋଇଙ୍କ ବଜନ ଗାନ କରାଯାଏ। ଏବଂ ବର୍ଷର ପ୍ରଥମ ନୂଆ ଶସ୍ୟରୁ ଚୂଡ଼ା ପ୍ରସ୍ତୁତ କରାଯାଇ ଷଡରଷରେ,ବିଭିନ୍ନ ଫଳ ମିଶାଇ ନବାନ୍ନ ପ୍ରସ୍ତୁତ ହୋଇଥାଏ। ଏହି ସ୍ୱାଦିଷ୍ଟ ନବାନ୍ନ ସତେ ଆତ୍ମସନ୍ତୋଷ ପ୍ରଦାନ କରିଥାଏ।ପଶ୍ଚିମ ଓଡ଼ିଶାର ବଡ଼ ଗଣପର୍ବ ନୂଆଖାଇକୁ ନେଇ ଓଡ଼ିଶାର ସ୍ୱତନ୍ତ୍ରତା ରହିଛି। ତେବେ ମହିମାଧର୍ମାଲମ୍ବୀ ମାନେ ମଧ୍ୟ ବଡ ଧୁମଧାମରେ ପାଳନ କରନ୍ତି ଏହି କୃଷିଭିତିକ ପର୍ବକୁ। ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ସ୍ଥିତ ମହିମା ଧର୍ମର ଉତ୍ପତିସ୍ଥଳ ଯୋରନ୍ଦା ଗାଦିରେ ପ୍ରଥମେ ନୂଆଖାଇକୁ ପାଳନ କରାଯାଏ। ଏବଂ ପରେ ମଢି ସାହିରେ ମହିମା ଆଶ୍ରମରେ ଆରମ୍ଭ ହୋଇଥାଏ ନୂଆଖାଇ ନବାନ୍ନ ଭୋଗ। ଆଖପାଖ ଅଞ୍ଚଳରୁ ମହିମା ଧର୍ମର ସାଧୁସନ୍ଥଙ୍କ ସମେତ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସମାଗମ ଦେଖିବାକୁ ମିଳିଥାଏ। ପ୍ରତ୍ୟକ ବର୍ଷ କଟକ ଜିଲ୍ଲା ଆଠଗଡ ଅଞ୍ଚଳରୁ ନୂଆଧାନ ଆଣି ସେଥିରେ ଚୁଡା ପ୍ରସ୍ତୁତି କରାଯାଏ। ପ୍ରଭୁଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ପରେ ଏକ ମାଟିହାଣ୍ଡିରେ ଅମୁଣିଆ ପ୍ରସ୍ତୁତି କରି ଶୁନ୍ୟବ୍ରମ୍ମଙ୍କୁ ଅର୍ପଣ କରାଯାଇଥାଏ। ଏବଂ ପରେ ନବାନ୍ନ ପ୍ରସ୍ତୁତ ହୋଇଥାଏ। ସାଧୁ ମାନେ ଏହି ପରମ୍ପରା ଆଜକୁ ପ୍ରାୟ ୧୫୦ ବର୍ଷ ଧରି ନିରବିଛିନ୍ନ ଭାବେ ଚାଲି ରହିଛିବୋଲି କୁହନ୍ତି । ଭାଇଚାରାର ଏହି ଗଣପର୍ବ ଶାନ୍ତି, ମୈତ୍ରୀ, ପ୍ରଗତିର ଶାନ୍ତି ବହନ କରିଥାଏ।ସାଧୁ ମାନଙ୍କର ଏକାଗ୍ରତା, ନିଷ୍ଠା, ଭକ୍ତି, ମହିମା ପ୍ରେମକୁ ଉଜ୍ଜୀବିତ କରି ରଖିଛିଏହି ମହିମା ପୀଠ ।
ଷଡ଼ଙ୍ଗୀ ହାଇସ୍କୁଲ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ଦମ୍ପତିଙ୍କ ସମେତ ୩ ଜଣ ଗୁରୁତର
ଢେଙ୍କାନାଳ- ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ହାଇସ୍କୁଲ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ବାମୀ-ସ୍ତ୍ରୀଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗଁଦିଆ ଥାନା ଦଣ୍ଡେଇବେରେଣି ଅଞ୍ଚଳର ମଣ୍ଟୁ ବେହେରା (୩୦) ଓ ତାଙ୍କ ପତ୍ନୀ ମିତା ବେହେରା (୨୫) ଏକ ସ୍କୁଟି (ନମ୍ବର: ଓଡି ୦୬ ଆର ୩୬୫୩) ଯୋଗେ ଶଶୁର ଘର ଗୋଡା ରୁ ଫେରୁଥିଲେ। ସେହିପରି ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ (ନମ୍ବର: ଓଡି ୩୪ ଏସ ୪୧୫୭) ସହ ଷଡ଼ଙ୍ଗୀ ହାଇସ୍କୁଲ ସାମ୍ନାରେ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁର୍ଘଟଣାଗ୍ରସ୍ତ ମଣ୍ଟୁ ବେହେରା (୩୦), ମିତା ବେହେରା (୨୫), ସେମାନଙ୍କ ଝିଆରି ଏବଂ ବାଇକ୍ ଚାଳକ ରମାକାନ୍ତ ଜେନା (୨୩, ଘର ଚଣ୍ଡିଖୋଲ)ଙ୍କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ମଣ୍ଟୁ ବେହେରା ଓ ତାଙ୍କ ପତ୍ନୀ ମିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରଥମେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାଧିନ ଅବସ୍ଥାରେ ମଣ୍ଟୁ ବେହେରା ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା ଏପଟେ ଖବର ପାଇ ଗଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସ୍କୁଟିକୁ ଜବତ୍ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ସୋଲାରକରେଣ୍ଟ ସଂସ୍ପର୍ଶରେ ଆସି ମହିଳା ମୃତ
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏକ ଅଭାବନୀୟ ଘଟଣାରେ ସୋଲାର କରେଣ୍ଟ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ବାବନ୍ଧପଂଚାୟତ ବେଡାପଡା ରଗୁଡ଼ିସାହିର ଅଭୟ ସାମଲ ନିଜ ଚାଷଜମି ତତୁଃପାର୍ଶ୍ଵରେ ଗ୍ରାମପୋଖରୀ ହୁଡ଼ାକୁ ଲାଗି ସୋଲାରକରେଣ୍ଟ ସଂଯୋଗ କରିଥିଲେ ଏବଂ ସେଥିରେ ୧୧କେଭି ବିଦ୍ୟୁତ ମଧ୍ୟ ସଂଯୋଗ କରିଦେଇଥିଲେ। ତେବେ ଆଜି ସକାଳ ୮ଘଣ୍ଟା ରେ ସେହିପରି ରଗୁଡ଼ି ସାହିର ଆକୁଳ ବେହେରା ଙ୍କ ସ୍ତ୍ରୀ ଉପମା ବେହେରା(୫୦) ଗାଧୋଇସାରି ଫେରୁଥିବା ସମୟରେ ସେହି ୧୧କେଭି ସଂଯୁକ୍ତ ସୋଲାର ବାଡ଼ କରେଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଫଳରେ ପରିବାର ତାଙ୍କୁ ଢେଙ୍କାନାଳ ଡାକ୍ତରଖାନା ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରସୋଳ ପୋଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।ତେବେ ସୋଲାର ଲଗାଇଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ ଉପମା ଙ୍କ ମୃତ୍ୟୁରେ ଅଂଚଳରେ ଶୋକରଛାୟା ଖେଳିଯାଇଥିବାବେଳେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହିତ ସଠିକ ତଦନ୍ତ ଦାବିକରିଛନ୍ତି ଅଂଚଳବାସି।
ବାବା ପ୍ରେମାନନ୍ଦ ଗିରି ଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ
କାମାକ୍ଷାନଗର – ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଞ୍ଚମୀ ଅବସରରେ କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତାମଠ ପୁରୋଧା ସ୍ବାମୀ ରାମାନନ୍ଦ ଭାରତୀ ଙ୍କ ସମେତ ବିଭିନ୍ନ ସ୍ଥାନରୁ ୨୫ ଜଣ ସାଧୁ ସନ୍ଥ ଯୋଗଦେଇଥିଲେ । ଏହି ଅବସରରେ ପ୍ରବଚନ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୂହିକ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଦିଲ୍ଲୀପ ଦାସ ସଂଯୋଜନା କରିଥିବା ବେଳେ ସଦାନନ୍ଦ ନାୟକ,ସୁରେନ୍ଦ୍ର କୁମାର ପୋଥାଳ,ସନ୍ତୋଷ କୁମାର ପୋଥାଳ ଓ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
ପ୍ରହ୍ଳାଦ ମୁଦୁଲି ଙ୍କ ରିପୋର୍ଟ୍

