ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

ରାଉରକେଲା/ ରାଉରକେଲା ଯୁବ ହଷ୍ଟେଲ ଆସୋସିଏସନ୍ ତରଫରୁ ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ କୋଏଲ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲ , ଏନଆଇଟି, ସିଆଇଏସଏଫ ତଥା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ପ୍ରାୟ ୧୨୦ଜଣ ଯୋଗଦେଇ ରାଉରକେଲାର ଜୀବନ ରେଖା କୁହାଯାଉଥିବା କୋଏଲ ନଦୀ ଓ ତାର କୂଳକୁ ଆବର୍ଜନା ଓ ଅଳିଆ ମୁକ୍ତ କରିଥିଲେ । ଆସୋସିଏସନ୍ ର ଅଧ୍ୟକ୍ଷ ବୁଦ୍ଧଦେବ ବସୁ, ଉପସଭାପତି ପ୍ରତାପ କୁମାର ସ୍ବାଇଁ,କାର୍ଯ୍ୟକାରୀ ସଂପାଦକ ସରୋଜ ପଟ୍ଟନାୟକ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଆଇଟିର ସହଯୋଗୀ ପ୍ରଫେସର ଡଃ ଡି ପି ଆଚାର୍ଯ୍ୟ ପତାକା ହଲାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଡଃ ସନ୍ତୋଷ ଦାସ,ଡଃ ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆରଏସଏସ ପକ୍ଷରୁ ଆସିକାରେ ଶତାବ୍ଦୀ ବର୍ଷ ପୂରଣ କାର୍ଯ୍ୟକ୍ରମ

Sunil Chandra Nayak

ବେଲଗୁଣ୍ଠା ବ୍ଳକ୍ ର ଛଅ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ 

ବିଶିଷ୍ଟ କଳାକାର ଭବାନୀ ପଟ୍ଟନାୟକ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!