ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

ନବରଙ୍ଗପୁର ତା ୨୫/୦୧(ମସିହା) ଜାତୀୟ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ କରାଯାଇ ଏହାର ଚୁଡାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୦୫ ତାରିଖ ରେ ପ୍ରକାଶ ପାଇଛି। ରାଜ୍ୟସ୍ତରରେ ଆଧାର ସଂଯୋଗରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି କାର୍ଯ୍ୟର ଅନ୍ୟ ସମସ୍ତ ପର୍ଯ୍ୟାୟରେ ଉତ୍ତମ ପାରଦର୍ଶିତା ଅର୍ଜନ କରିପାରିଛି। ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାନ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବଭବନ ଠାରେ ଅନୁଷ୍ଟିତ ସମାରୋହରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶ ଲାଲ ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କୁ ସମ୍ମାନିତ କରିଛନ୍ତି। ପ୍ରକାଶ ଯୋଗ୍ୟଯେ ରାଜ୍ୟସ୍ତରରେ ଭୋଟର ତାଲିକା ସଂଶୋଧନ ଓ ଆଧାର କାର୍ଡ ସଂଯୋଗରେ ନବରଙ୍ଗପୁର ଜିଲ୍ଲା ୯୩.୩୪ ପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହିଛି।ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର ମିଶ୍ର ଏହି ସଫଳତାର ସମସ୍ତ ଶ୍ରେୟ ଏଥି ସଂପୃକ୍ତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ରାଜନୈତିକ ଦଳ, ଗଣ ମାଧ୍ୟମର ପ୍ରତିନିଧି ଙ୍କୁ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

masiha

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

Sunil Chandra Nayak

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!