ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଆସନ୍ତାକାଲି ୭୪ତମ ସାଧାରଣତନ୍ତ୍ର ଦିବସ ,  ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଦାନ କରାଯାଉଥିବ‌ା ବିଭିନ୍ନ ପଦକ ନିମନ୍ତେ ପୁଲିସ୍, ଗୃହରକ୍ଷୀ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ୯୦୧ ପୁଲିସ କର୍ମଚାରୀଙ୍କୁ ପୁଲିସ୍ ମେଡାଲ୍ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ସେହିପରି ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କଲାଗି ରାଷ୍ଟ୍ରପତିଙ୍କ ପଦକ ଓ ସାହସୀକତା ପଦକ ମଧ୍ୟ ଘୋଷଣା କରାଯାଇଛି।

ଏହାଛଡ଼ା, ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨ଜଣ ପୁଲିସ କର୍ମଚାରୀ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି,  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ ।

ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୧୧ଜଣ ପୁଲିସ ପଦକ ପାଇବେ। ସେମାନେ ହେଲେ, ଭଦ୍ରକର ଅତିରିକ୍ତ ଏସ୍‌.ପି. ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍‌ସ୍‌ ୟୁନିଟର ଡିଏସପି ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ବର ଏସିପି ହିମାଂଶୁଭୂଷଣ ସ୍ବାଇଁ, ଭୁବନେଶ୍ବରସ୍ଥିତ ବିପିଏସ୍‌ପିଏର ଡେପୁଟି କମାଣ୍ଡାଣ୍ଟ୍‌ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍‌ସ୍‌ପେକ୍ଟର୍‌ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍‌ସ୍‌ ଡିଭିଜନ୍‌ର ଏସ୍‌ଆଇ ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ୍ ଖାଁ, ଭୁବନେଶ୍ବରସ୍ଥିତ ଏସ୍‌ସିଆର୍‌ବିର ପୁଲିସ ଏଏସ୍‌ଆଇ (କମ୍ପ୍ୟୁଟର୍‌) ବିଜ୍ଞାନଭୂଷଣ ମହାନ୍ତି, ଭୁବନେଶ୍ବରର ପୁଲିସ ଡ୍ରିଲ୍‌ ଇନ୍‌ସ୍‌ପେକ୍ଟର୍‌ ଅନୀଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରା।

ସାଧାରଣତନ୍ତ୍ର ଦିବସ ଅବସରରେ ୪୭ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକ ଲାଗି ମନୋନୀତ କରାଯାଇଛି।  ପ୍ରମୋଦ କୁମାର ଦଳାଇଙ୍କୁ ସ୍ବେଚ୍ଛାସେବୀ (ବେସାମରିକ ପ୍ରତିରକ୍ଷା ) ପଦକ ଲାଗି ଚୟନ କରାଯାଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ  ହୋମ୍‌ଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପଦକ ଲାଗି ମନୋନୀତ ହୋଇଛନ୍ତି।ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପାଇବେ ଲିଡିଙ୍ଗ୍‌ ଫାୟାର୍‌ମ୍ୟାନ୍‌ କାଳିଚରଣ ଶବର, ଡ୍ରାଇଭର୍‌ ହାବିଲ୍‌ଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍‌ ହାବିଲ୍‌ଦାର୍‌ ନକୁଳ ନାୟକ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

Sunil Chandra Nayak

ରାଜ୍ୟରେ ଆରମ୍ଭ ହେବ ‘ଆମ ହସ୍ପିଟାଲ’ ଯୋଜନା , ରାଜ୍ୟର ଡାକ୍ତରଖାନା ଗୁଡିକର ହେବ ରୁପାନ୍ତରୀକରଣ

Sunil Chandra Nayak

Leave a Comment

error: Content is protected !!