ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୩୧ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଆଇନଜୀବି ଅଶ୍ୱିନୀକୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ସମ୍ମାନୀତ ଅତିଥି ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ,ମୁଖ୍ୟ ବକ୍ତା ଅଧ୍ୟାପକ ସମୀର କୁମାର ମହାପାତ୍ର,ସମ୍ପାଦକ ରଜନୀକାନ୍ତ ମହାଖୁଡ଼ ,ପୂର୍ବତନ ପ୍ରଧାନଆଚାର୍ଯ୍ୟ ଗୋପାଳକୃଷ୍ଣ ମାଝୀ ମଂଚାସୀନ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ,ସଂପାଦକ ରଜନୀକାନ୍ତ ମହାଖୁଡ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହ ସଂପାଦକ ଅଶୋକ ବିଶ୍ୱାଳ ଧନ୍ୟବାଦାର୍ପଣ କରିଥିଲେ ।ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏଥିରେ ସମସ୍ତ ଗୁରୁଜୀଗୁରୁମା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଚଢେଇ ପାହାଡି ନୂତନ ରାଜସ୍ୱ ନିରୀକ୍ଷକ

Sunil Chandra Nayak

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

Sunil Chandra Nayak

ଘୋଡ଼ା ଖୁଣ୍ଟା ବ୍ରହ୍ମ ଧ୍ୱନି ମନ୍ଦିରରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!