ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଉଡାନ ” କ୍ୟାମ୍ପ ରେ ଯୋଗ ଦେଲେ ରାଉରକେଲା ର ୧୫ ସ୍କାଉଟଗାଇଡ

“ଉଡାନ ” କ୍ୟାମ୍ପ ରେ ଯୋଗ ଦେଲେ ରାଉରକେଲା ର ୧୫ ସ୍କାଉଟଗାଇଡ

ରାଉରକେଲା : ଭାରତ ସ୍କାଉଟଗାଇଡ ରାଜ୍ୟ ମୁଖ୍ୟାଳୟରେ ନଭେମ୍ବର ୧୮ ରୁ ରାଜ୍ୟ ସ୍କାଉଟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି ଉଡ଼ାନ କ୍ୟାମ୍ପ। ଏଥିରେ ରାଜ୍ୟର ୨୫ ଟି ଜିଲ୍ଲାରୁ ୭୫୦ ସ୍କାଉଟଗାଇଡ , ସ୍କାଉଟ୍ ମାଷ୍ଟର ଏବଂ ଗାଇଡ କ୍ୟାପଟେନ ଭାଗ ନେଇଛନ୍ତି। ଏହି ଅବସରରେ ରାଉରକେଲାର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ର ସ୍କାଉଟ୍ ମାଷ୍ଟର ଦେବାଶିଷ ପାତ୍ର ଏବଂ ଦୀପିକା ଇସ୍ପାତ ଶିକ୍ଷା ସଦନ ର ଗାଇଡ ଡିଓସି ଲକ୍ଷ୍ମୀ ସାହୁଙ୍କ ତତ୍ତ୍ଵାବଧାନରେ ରାଉରକେଲା ର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ୫ ଜଣ ସ୍କାଉଟ୍ ଜଣେ ଗାଇଡ , ଦୀପିକା ଇସ୍ପାତ୍ ଶିକ୍ଷା ସଦନ ସେକ୍ଟର ୧୮ ର ୬ ଜଣ ଗାଇଡ ଏବଂ ନୀଳମାଧବ ବିଦ୍ୟା ମନ୍ଦିର ସେକ୍ଟର ୧ ର ୩ଜଣ ଗାଇଡଙ୍କୁ ଜିଲ୍ଲା ସ୍ତରରୁ ଚୟନ କରାଯାଇଛି । ସେମାନେ ଉଡାନ୍ କାର୍ଯ୍ୟକ୍ରମ ରେ ବକ୍ତୃତା, ଯୋଗ, ତର୍କ ବିତର୍କ, ଆର୍ଟ ଆଣ୍ଡ କ୍ରାଫ୍ଟ , ଡ୍ରାମା , ଲୋକନୃତ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ର ଛାତ୍ରୀ ଶିବାନୀ କର ସ୍ଵର୍ଣ୍ଣ ପଦକ ଏବଂ ଦୀପିକା ଇସ୍ପାତ୍ ଶିକ୍ଷା ସଦନ ର ଛାତ୍ରୀ ଲିପ୍ସା ଦିପ୍ ରୌପ୍ୟ ପଦକ ହାସଲ କରିଛନ୍ତି ।। ଏହାକୁ ନେଇ ରାଉରକେଲା ର ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ସ୍କାଉଟ୍ ସମ୍ପାଦକ ସନ୍ତୋଷ କୁମାର ନାୟକ, ବିଶ୍ରା ବିଇଓ ସୁପ୍ରଭାତ କୁମାର ବେହେରା , ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ,ଦୀପିକା ଇସ୍ପାତ୍ ଶିକ୍ଷା ସଦନ ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ଲେଙ୍କା ଏବଂ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

masiha

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

masiha

ଆଇ.ଓ.ଇ ଭାରତ, ରାଉରକେଲା ପକ୍ଷରୁ ସ୍ଥାନୀୟ କେନ୍ଦ୍ରରେ ବିଶ୍ୱ ଜଳ ଦିବସ ପାଳନ

masiha

Leave a Comment

error: Content is protected !!