ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

କାମାକ୍ଷାନଗର – କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଗ୍ନିସେବା ସପ୍ତାହ ପାଳନ ଅବସରରେ କାମାକ୍ଷାନଗର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କାମାକ୍ଷାନଗର ଅଗ୍ନିଶମ ମୂଖ୍ୟ ଆଗ୍ନିକ ଶ୍ରୀକାନ୍ତ ବଳବନ୍ତରାୟ , ଅଗ୍ନିଯୋଦ୍ଧା ପ୍ରଣତ କୁମାର ହୋତା , ସୌମ୍ୟରଞ୍ଜନ ଭୁତିଆ ସହଯୋଗୀ ଅଜିତ୍ ସେଠୀ ଯୋଗ ଦେଇ ବିଶେଷ ଭାବେ ଅଗ୍ନି ଜନିତ ଦୁର୍ଘଟଣାର ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ପ୍ରଣାଳୀ ତଥା , ଏଲ ପି ଜି , ପେଟ୍ରୋଲ , ଅଗ୍ନୀ ନିର୍ବାପକ ଯନ୍ତ୍ର କୁ ବ୍ୟବହାର କରି ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥିଲେ । ସଚେତନତା ଅଭାବରୁ ବା ଆକସ୍ମିକ ଭାବେ ଘରେ ,ବାହାରେ ,ବ୍ୟବସାୟ ତଥା ଶିଳ୍ପ ପ୍ରତିଷ୍ଠାନ , ଜନ ଗହଳି ସ୍ଥାନ , ଜଙ୍ଗଲ ଆଦି ସ୍ଥାନ ମାନଙ୍କ ରେ ଲାଗୁ ଥିବା ନିଆଁ କୁ ଆୟତ୍ତ କରିବାର କୌଶଳ ଉପରେ ମଧ୍ୟ ଶିକ୍ଷା ପ୍ରଦାନ ଯାଇଥିଲା । ଏଥି ସହିତ ଦୁର୍ଘଟଣା ସ୍ଥଳରୁ କିପରି ନିରାପଦ ସ୍ଥାନକୁ ଉଧାର କରାଯାଇ ପାରିବ ସେ ବିଷୟରେ ପ୍ରତ୍ୟକ୍ଷ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କା୍ଯ୍ୟକ୍ରମରେ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ,ଶିକ୍ଷା କର୍ମଚାରୀ , ଏନ୍ ସି ସି , ସ୍କାଉଟ ଗାଇଡ , ଯେ ଆର ସି ର ଛା୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ୱାଳ, ଧ୍ରୁବଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କା, ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ଶିକ୍ଷୟିତ୍ରୀ କବିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି

masiha

ଡିଲେଶ୍ୱର ଓ ସନତଙ୍କ ସମେତ ୭ଜଣ ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନିତ 

masiha

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ ! !

Sunil Chandra Nayak

Leave a Comment

error: Content is protected !!