ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଟୋ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଅପରାଜିତା

ଫଟୋ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଅପରାଜିତା

ଖଇରା,୦୪/୩/୨୫ – ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଛି ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” । ପ୍ରତ୍ୟେକ ରବିବାର ଓ ବିଭିନ୍ନ ସମୟରେ ଓଡ଼ିଆ ପର୍ବପର୍ବାଣିକୁ ନେଇ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପ୍ ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ପ୍ରତିଯୋଗିତା ମଧ୍ୟରେ ଗଳ୍ପ, ପ୍ରବନ୍ଧ, କବିତା, ଫଟୋ, ଜାଣିବା କଥା ବା ମେଧାଅନ୍ବେଷଣ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରତ୍ୟେକ ମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ହୋଇଥାଏ । ଏଇ ପରିପ୍ରେକ୍ଷୀରେ ଗତ ତା ୦୧/୩/୨୦୨୫ ରିଖ ଦିନ ମୋ ଅନୁଷ୍ଠାନ ଫେସବୁକ ଗୃପ୍ ରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡିଶା ବାହାରର ପ୍ରତିଯୋଗୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ (୧) ଅପରାଜିତା ରଥ, ଧୂଷୁରି, ଭଦ୍ରକ, (୨) ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ (୩) ଜ୍ଯୋତ୍ସାରାଣୀ ମହାନ୍ତି, ଜଳେଶ୍ବର, ବାଲେଶ୍ବର (୪) ସ୍ବର୍ଣ୍ଣଲତା ଦାଶ, ନୟାଗଡ଼ (୫) ସବିତା ହୋତା, ହୀରାକୁଦ, ସମ୍ବଲପୁର (୬) ସାଗରିକା ଆଚାର୍ଯ୍ୟ, ବ୍ରହ୍ମପୁର, ଗଞ୍ଜାମ (୭) ଅନୁପମା ବିଶ୍ବାଳ, ସମ୍ବଲପୁର (୮) ସୁଚିସ୍ମିତା ସେଣ୍ଢ, କୁପାରି, ବାଲେଶ୍ବର (୯) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର (୧୦) ସୁନିତା ଦାଶ, ଭୁବନେଶ୍ୱର (୧୧) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ (୧୨) ସୁଜାତା ପଣ୍ଡା, ଆସିକା, ଗଞ୍ଜାମ (୧୩) କୁମାରୀ ଲିପ୍ସା ମେହେର, ସିନାପାଲି, ନୂଆପଡ଼ା ଅନ୍ତର୍ଭୁକ୍ତ ଥିଲେ । ଓଡିଆ ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ସମସ୍ତ ଫଟୋଚିତ୍ର ଗୁଡ଼ିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ସୁ ସାହିତ୍ଯିକା ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ସୁଜାତା ଦାସ ମହାନ୍ତି, ତୁଳସୀପୁର, କଟକ । ତାଙ୍କ ସମୀକ୍ଷାରୁ ଅପରାଜିତା ରଥ ପ୍ରଥମ, ମିନାକ୍ଷୀ ଦ୍ବିବେଦୀ ଦ୍ବିତୀୟ ଏବଂ ଜ୍ଯୋତ୍ସାରାଣୀ ମହାନ୍ତି(୩ୟ-୧) ଓ ସ୍ବର୍ଣ୍ଣଲତା ଦାଶ(୨ୟ-୨) ଙ୍କୁ ତୃତୀୟ ସ୍ଥାନ ମିଳିଛି । ଏହି ଫଳାଫଳ ପାଇଁ ଅନୁଷ୍ଠାନ ଯେତିକି ଗର୍ବିତ ନୁହେଁ ତା’ଠାରୁ ବେଶି ଗର୍ବିତ ଯେଉଁମାନେ ସ୍ଥାନ ଅଧିକାର କରିଛନ୍ତି । ସୁତରାଂ ସେମାନେ ସେମାନଙ୍କ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ପ୍ରମାଣପତ୍ରର ବ୍ଯବସ୍ଥା ମଧ୍ୟ ରହିଛି ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

Sunil Chandra Nayak

ବନ୍ଧୁଗାଁ ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!