ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହା ହୋଲାରେ ସରିଲା ପଞ୍ଚାୟତ ସମିତର ସ୍ବତନ୍ତ୍ର ଅଧିବେଶନ 

ହା ହୋଲାରେ ସରିଲା ପଞ୍ଚାୟତ ସମିତର ସ୍ବତନ୍ତ୍ର ଅଧିବେଶନ 

ଖଇରା,୦୪/୩/୨୫ – ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ପରିସରରେ ସମିତିର ସ୍ବତନ୍ତ୍ର ଅଧିବେଶନ ଗତକାଲି ଶେଷ ହୋଇଛି । ଏଥିରେ କେବଳ ବିକଶିତ ଗାଁ ବିକଶିତ ଓଡ଼ିଶା ଉପରେ ଆଲୋଚନା ହେବାର ଥିଲା, ହେଲେ କୁପାରି ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କ ହା ହୋଲ୍ଲା ଯୋଗୁଁ ଅଧିବେଶନରେ ବିଶେଷ କିଛି ଆଲୋଚନା ହୋଇ ପାରି ନଥିଲା । ଏଇ ପରିପ୍ରେକ୍ଷୀରେ କୁପାରି ପଞ୍ଚାୟତ ବ୍ଯତୀତ ଅନ୍ୟ ସମସ୍ତ ପଞ୍ଚାୟତର ସମସ୍ତ ପ୍ରକଳ୍ପ ଗୁଡିକ ଅନୁମୋଦନ ଲାଭ କରିଥିଲା । ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ନାରାୟଣ ସାହୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଉତ୍ତମ କୁମାର ସାହୁ, ଆର.ଡି ଏସଡିଓ ବୁଦ୍ଧ ଦେବ ସିଂ, ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ମାନସ କୁମାର ଦାଶ, ବ୍ଲକର ପ୍ରତିଷ୍ଠା ଅଧିକାରୀ ବ୍ରହ୍ମାନନ୍ଦ ଦାଶ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପାତ୍ର ମଞ୍ଚାସୀନ ଥିଲେ । ସେହିପରି ଖଇରା ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା ଗତ ତା ୧୪/୦୨/୨୦୨୫ ରିଖ ଦିନ ଗ୍ରାମସଭାରେ ଉପସ୍ଥିତ ରହି ଆଳଦା ଗ୍ରାମର ପଦ୍ମଲୋଚନ ଦାସ ଗ୍ରାମର ଏକ ବୈଷ୍ଣବ ସାହି ନିମନ୍ତେ ନାଳ ପାର୍ଶ୍ଵରେ ପାଚେରୀ ଓ ସେହି ରାସ୍ତାଦେଇ ଯାଇଥିବା ରାସ୍ତାର ପୁରୁଣା ପୋଲ ମରାମତି ଏବଂ ଆଳଦା ଗ୍ରାମରେ ଥିବା ଶଶ୍ମାନର ପାଚେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ହେଲେ ମନମୁଖୀ ଭାବେ ଉକ୍ତ ପ୍ରସ୍ତାବକୁ ବିଡ଼ିଓ ନିକଟରେ ଦାଖଲ ସମୟରେ ପ୍ରସ୍ତାବ ନଲେଖି ଦାଖଲ କରିଛନ୍ତି । ଏ ଖବର ଶୁଣିବା ପରେ ଲିଖିତ ଭାବେ ବିଡ଼ିଓଙ୍କୁ ଜଣାଯାଇଛି । ସେହିପରି ଖଇରା ବ୍ଲକ ସମ୍ମୁଖରେ ବର୍ଷ ବର୍ଷଧରି ମାର୍କେଟ କମ୍ପ୍ଲେକ୍ସ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସମ୍ପୂର୍ଣ ହୋଇଥିବା ବେଳେ କୈାଣସି ଲୋକଙ୍କୁ ଭଡା ନ ଦିଆଯାଇ ପଡ଼ିରହିଛି । ଗତ ଗ୍ରାମସଭାରେ ପୁନଃଶ୍ଚ ନୂତନ ମାର୍କେଟ କମ୍ପ୍ଲେକ୍ସ ଘର ତିଆରି କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ବ୍ଲକ ସମ୍ମୁଖରେ ମାର୍କେଟ କମ୍ପ୍ଲେକ୍ସ ତଳ ଗୃହ ଗୁଡ଼ିକ ଲୋକ ନାମରେ ଚୁକ୍ତିପତ୍ର କରି ପଞ୍ଚାୟତ ଦେଇଛି । ସେହି ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକ ନେଇଥିବା ବ୍ଯାକ୍ତି ପଞ୍ଚାୟତକୁ ଏକ ଘରକୁ ୫ଶହରୁ ୧ ହଜାର ଟଙ୍କା ଦେଉଥିବା ବେଳେ ଉକ୍ତ ମାର୍କେଟ କମ୍ପ୍ଲେକ୍ ଗୁଡ଼ିକୁ ଅନ୍ୟ ଲୋକମାନଙ୍କୁ ଅଧିକ ୪ ହଜାରରୁ ଅଧିକ ଭଡ଼ାରେ ଲଗାଇ ଲାଭବାନ ହେଉଛନ୍ତି । ହେଲେ ପଞ୍ଚାୟତ କ୍ଷତିରେ ଚାଲୁଥିବା ବେଳେ ଜାଣିଶୁଣି ନିରବ ରହୁଛି । ଅଧିକାଂଶ ମାର୍କେଟ କମ୍ପ୍ଲେକ୍ସ ଘର ଅସମ୍ପୁର୍ଣ୍ଣ ଥିବା ବେଳେ ପଞ୍ଚାୟତ ବିନା ଚୁକ୍ତିପତ୍ରରେ ଭଡ଼ା ଲଗାଇ ଅର୍ଥ ଆଦାୟ କରୁଛି ତାହା କେଉଁ ରାଜକୋଷକୁ ଯାଉଛି, ନାଁ ବ୍ୟକ୍ତିଗତ ଅଧିକାରୀଙ୍କ ପକେଟକୁ ଯାଉଛି ? ତାହା ବିଡ଼ିଓ ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ତଦନ୍ତ କଲେ ସମସ୍ତ ରହସ୍ୟ ଲୋକଚନକୁ ଆସିବା ସଙ୍ଗେ ସଙ୍ଗେ ଜନସାଧାରଣ ଜାଣି ପାରନ୍ତେ । ଏହି ସ୍ବତନ୍ତ୍ର ପଞ୍ଚାୟତ ଅଧିବେଶନରେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟା/ସଦସ୍ୟ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ଜରିଆରେ ବୈଠକ, ଯୋଗଦେଲେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

Sunil Chandra Nayak

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

masiha

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!