ରାଜ୍ୟ ସ୍ତରୀୟ ନିଯୁକ୍ତି ପ୍ରକ୍ରିୟାକୁ ବିରୋଦ୍ଧ ଓ ଜିଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବୈଠକ
ଡାବୁଗାଁ, ୨୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଆରଏମସି ଗୋଦାମ ଗୃହରେ ନବରଙ୍ଗପୁର ଜିଲା ସରପଞ୍ଚ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକରେ ମିଳିତ ଜିଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ରବିବାର
ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ସରକାର ଙ୍କ ଦ୍ଵାରା ପ୍ରକାଶ ପାଇଥିବା ୧୧୧୭ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଚୁକ୍ତି ପ୍ରକ୍ରିୟା ୨୭ ଓ ୨୮ ତାରିଖ ଦିନ ଜିଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ତରଫରୁ ମିଶନଶକ୍ତି ସମ୍ମିଳନୀ କକ୍ଷଠାରେ ଯାଞ୍ଚ ପ୍ରକ୍ରିୟାଆରମ୍ଭ କରି ଶିକ୍ଷା ବିଭାଗ ସହ ଚୁକ୍ତିପତ୍ର ସ୍ଵାକ୍ଷର କରାଯାଉଥିଲା | ଏହାକୁ ବିରୋଦ୍ଧ କରି ପ୍ରଥମେ ଜିଲା ଜନଜାତି ସୁରକ୍ଷା ମଞ୍ଚ ର ସଭାପତି ରତନ
ମାଝି, ଜିଲା ସରପଞ୍ଚ ମହାସଂଘ ର ସମ୍ପାଦକ କୃଷ୍ଣଚନ୍ଦ୍ର ଭତରା, ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତରା ଓ ଜନଜାତି ସୁରକ୍ଷା ମଞ୍ଚର ଉପସଭାପତି ରତନ ମାଝିଙ୍କ ନେତୃତ୍ଵରେ ମିସନଶକ୍ତି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ | ଜିଲା ବାହାର ନୁଯୁକ୍ତ ଶିକ୍ଷକଙ୍କୁ ଚୁକ୍ତି ସ୍ଵାକ୍ଷର ପାଇଁ ଭିତରକୁ ଛଡାଯାଇନଥିଲା | ୨ ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଜାତୀୟ କଂଗ୍ରେସ ଦଳ, ବିଜୁ ଜନତା ଦଳ, ନବରଙ୍ଗପୁର ଜିଲା ବିକାଶ ପରିଷଦ, ଶ୍ରମିକ ସଂଗଠନ, ଡ୍ରାଇଭର ସଂଘ,ପରିବର୍ତ୍ତନ ଫାଉଣ୍ଡେସନ ଯୋଗ ଦେଇ ଏହି ଆନ୍ଦୋଳନକୁ ତୀବ୍ରତର କରିଥିଲେ | ୨ ଧରି ପ୍ରଶାସନ ସହ ଲଢେଇ କରି ଅବିଭକ୍ତ କୋରାପୁଟ ଜିଲା ଛାଡି ବାହାର ଜିଲା ପିଲା ମାନଙ୍କୁ ଚୁକ୍ତି ସ୍ଵାକ୍ଷର ପାଇଁ ଦିଆଯାଇନଥିଲା | ଆଜି ସମସ୍ତ ସଂଗଠନ ମିଳିତ ହୋଇ ବୈଠକ କରି ବିଭିନ୍ନ ନିଷ୍ପତି ନିଆଯାଇଥିଲା | ଉକ୍ତ ନିଷ୍ପତି ଗୁଡିକ ହେଲା ଅକ୍ଟୋବର ୧ ତାରିଖ ଦିନ ପ୍ରତ୍ୟେକ ପଞ୍ଚାୟତ ସମିତି କାର୍ଯ୍ୟ|ଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ କୁଶପୁତଳିକା ଦାହ କରାଯିବ | ଅକ୍ଟୋବର ୨ ତାରିଖ ଦିନ ନବରଙ୍ଗପୁର ଜିଲା ସଦର ମହକୁମାଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀ ପାଖରେ ମୁହଁରେ କଳାପଟି ବାନ୍ଧି ଅନଶନରେ କରାଯିବ | ଅକ୍ଟୋବର ୩ ଓ ୪ ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ପାଇଁ ପ୍ରଚାର ପ୍ରସାର ସହ ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକୁ ଦରଖାସ୍ତ ପ୍ରଦାନ କରାଯିବ | ଅକ୍ଟୋବର ୪ ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲା ରେ ଚକ ଅଖ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ପୂର୍ବତନ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ଜିଲା କଂଗ୍ରେସ ଇଉପିଏ ସଭାପତି ମୁନା ତ୍ରିପାଠୀ, ଜିଲା ସରପଞ୍ଚ ସଂଘ ସଭାପତି ଜଳନ୍ଧର ମାଝି, ଅଖିଳ ଭାରତୀୟ ଅନୁସୂଚିତ ଜନଜାତି ଓ ଜାତି ପରିଷଦ ସଭାପତି ଭଗବାନ ବୈରାଗୀ, ଜିଲା ଛାତ୍ର ସଂଗଠନ ସଭାପତି ପ୍ରଶାନ୍ତ କୁମାର ନାୟକ, ଜନଜାତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଦିବାକର ପୂଜାରୀ,ଓଡିଶା ଆଦିବାସୀ ଅଧିକାର ମଞ୍ଚ ସମ୍ପାଦକ ରାଜେଶ ଜାନୀ, ଜିଲା ରାଜମିସ୍ତ୍ରୀ ସଂଘ ସଭାପତି ସିରାଜଉଦ୍ଦିନ ଅହମ୍ମଦ, ପରିବର୍ତ୍ତନ ଫାଉଣ୍ଡେସନ ନିନିବାବୁ ତ୍ରିପାଠୀ, ସମାଜସେବୀ ଦିଲ୍ଲୀପ ପ୍ରଧାନୀ ଓ ଅନାମୁ ଦିଆନ ଏବଂ ଜିଲାର ୧୦ ଟି ବ୍ଲକ ରୁ ସରପଞ୍ଚ, ଆଦିବାସୀ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ


