ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ସହ ହାଇୱା ଗାଡ଼ି ମୁହାଁମୁହିଁ ଜଣେ ମୃତ ୨ ଗୁରୁତର 

ଟ୍ରକ ସହ ହାଇୱା ଗାଡ଼ି ମୁହାଁମୁହିଁ ଜଣେ ମୃତ ୨ ଗୁରୁତର 

କାମାକ୍ଷାନଗର (ମନିସ ୨୮ /୯ /୨୪  // ମହାବିରୋଡ ଥାନା ଜାତୀୟ ରାଜପଥ ୧୪୯ କଟୁମୁଣ୍ଡା ଛକ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ କେନ୍ଦୁଝର ଅଞ୍ଚଳରୁ ଏକ ଲୁହା ପଥର ବୋଝେଇ ଟ୍ରକ ପିତିରି ଅଭିମୁଖେ ଯାଉଥିବା ବେଳେ ଅପରପାର୍ଶ୍ବରୁ ହାଇୱା ଗାଡ଼ି ଖମାର ଆଡକୁ ଯାଉଥିବା ବେଳେ ତାରିଣୀ ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଲୁହାପଥର ବୋଝେଇ ଚାଳକ ଘଟଣା ସ୍ଥଳରେ ଗାଡ଼ିରେ ଚାପି ହୋଇ ମୃତ ହୋଇଥିବା ବେଳେ ହାଇୱା ଗାଡ଼ିର ଚାଳକ ଓ ଖଲାସିକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମୃତାହତ ଚାଳକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ମହାବିରୋଡ ଥାନା ଅଧିକାରୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ

masiha

ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କଲେମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ!

Sunil Chandra Nayak

Leave a Comment

error: Content is protected !!