ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦପୂର୍ଣ୍ଣ ଭାବେ ମେଟାଲ ପରିବହନ ଚାଲିଛି

ବିପଦପୂର୍ଣ୍ଣ ଭାବେ ମେଟାଲ ପରିବହନ ଚାଲିଛି

ଢେ଼ଙ୍କାନାଳ /ସଦର – ଭାପୁର ଛକ ବଜାର ଦେଇ ପ୍ରତିଦିନ ଟିପର,ଟ୍ରାକ୍ଟର ଓ ହାଇୱା ଗାଡ଼ିରେ ଗିଟି,ଏବଂ ମେଣ୍ଟାଲ ଆଦି ନିର୍ମାଣ ସାମଗ୍ରୀ ପରିବହନ କରାଯାଉଛି। ତେବେ ଏହି ଗାଡ଼ିଗୁଡ଼ିକ ଉପରେ କୌଣସି ପାଲ ବା ଢାଙ୍କୁଣି ନଦେଇ ଖୋଲାରେ ପରିବହନ କରାଯାଉଥିବା ବେଳେ ଗାଡି ଚାଳକମାନେ ରାସ୍ତାରେ ଦ୍ରୁତ ଗତିରେ ଚଲାଉଥିବାରୁ ଚଳନ୍ତା ଗାଡ଼ିରୁ ଗିର୍ଟି ଓ ମେଣ୍ଟାଲ ଗୁଡ଼ିକ ରାସ୍ତା ମଝିରେ ଛିଟିକି ପଡୁଥିବାରୁ ଦୁର୍ଘଟଣା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ,ଭାପୁର ଛକ ବଜାରର ମୁଖ୍ୟ ରାସ୍ତା ଦେଇ ଯାଉଥିବା ଏହି ଓଭରଲୋଡ ଗାଡ଼ିଗୁଡ଼ିକରୁ ପଥର ଓ ଗିଟି ଖସି ରାସ୍ତା ସାରା ବିଛାଡ଼ି ହୋଇପଡ଼ୁଛି। ବିଶେଷ କରି ଦୁଇ ଚକିଆ ଯାନଗୁଡିକର ଚକା ସ୍ଲିପ୍ ହେଉଥିବାରୁ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହା ସହିତ ପଛରେ ଆସୁଥିବା ଗାଡ଼ି ଚାଳକ ଓ ପଥଚାରୀଙ୍କ ଦୁର୍ଘଟଣା ଆଶଙ୍କା ଆଖିରେ ଏହି ଗୁଣ୍ଡ ଓ ପଥର ବାଜିବାର ଭୟ ରହୁଛି। ପରିବହନ ନିୟମ ଅନୁସାରେ ଯେକୌଣସି ନିର୍ମାଣ ସାମଗ୍ରୀ ନେବା ସମୟରେ ସୁରକ୍ଷିତ ଭାବେ ଢାଙ୍କି ନେବା ବାଧ୍ୟତାମୂଳକ କିନ୍ତୁ ଏଠାରେ ନିୟମ ଉଲଂଘନ କରାଯାଉଥିବା ଦେଖ‌ିବାକୁ ମିଳିଛି। ଛକ ମଝିରେ ଦିନ ଦ୍ବିପ୍ରହରରେ ଏଭଳି ବେଆଇନ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଆଞ୍ଚଳିକ ପରିବହନ ବିଭାଗ (ଆରଟିଓ) ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦି ତୁରନ୍ତ ଏହି ବେପରୁଆ ଟ୍ରାକ୍ଟର ଓ ହାଇୱା ଗାଡ଼ିଗୁଡ଼ିକ ଚେକିଂ କରାଯାଇ ଜରିମାନା ଆଦାୟ କରାନଯାଏ,ତେବେ ଆଗାମୀ ଦିନରେ କୌଣସି ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାପୁର ଛଦେଶ ଅଞ୍ଚଳରେ ଆଞ୍ଚଳିକ ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମାଣ୍ଡେଲରେ କୁଲତା ସମାଜର ଯୁବ ସମାବେଶ , ସମାଜ ସଂଗଠିତ କରିବାକୁ କାର୍ଯ୍ୟକାରୀ ହେବ ଭିଜନ-୨୦୩୦

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ

Sunil Chandra Nayak

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ, ଉଭୟ ଚାଳକ ସୁରକ୍ଷିତ 

Sunil Chandra Nayak

Leave a Comment

error: Content is protected !!