ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା , ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା ,

ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

 ରାଉରକେଲା/କଟକ : ଓଡ଼ିଶାର ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା ଧବଳେଶ୍ଵର ଲିଙ୍ଗରାଜ ଶ୍ରାବଣ ସାରସ୍ବତ ସଙ୍ଗମ ୨୦୨୪ ଗଡଗଡେଶ୍ୱର ମନ୍ଦିର, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୧ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,କବି ଓ କବୟିତ୍ରୀମାନେ ଭଗବାନ ଶଙ୍କରଙ୍କୁ ଜଳଲାଗି କରିଥିଲେ । କବୟିତ୍ରୀ ଏଲିଜା ଜେନା ଶିବ ସ୍ତୁତି ଗାନ କରିଥିଲେ । କବି,କବୟିତ୍ରୀ , ଲେଖକ,ଲେଖିକାମାନେ ” କାଉଡ଼ିଆ ମାନଙ୍କ ଆଧ୍ୟାତ୍ମିକ ଚେତନା ଓ ଶିବ ମହିମା ବିଷୟରେ ଗବେଷଣାତ୍ମକ କବିତା, ଗଳ୍ପ, ଓ ପ୍ରବନ୍ଧ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଓଡ଼ିଶାର କାଉଡ଼ିଆ ଲୋକ ସଂସ୍କୃତି ସାହିତ୍ୟ ପାଠ୍ୟକ୍ରମରେ ସାମିଲ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଜାତୀୟ ଅସ୍ମିତା ସୃଷ୍ଟି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ଘାଟକ ଧବଳେଶ୍ଵର ସାରସ୍ବତ ଆଶ୍ରମ, କଟକ ର ସଭାପତି ମାନସ ଚୈତନ୍ୟ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ଓଡ଼ିଶାର ଲୋକ ସଂସ୍କୃତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ନିହାର ରଞ୍ଜନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ବେଦ, ଶାସ୍ତ୍ର ଏବଂ ଶିବ ପୁରାଣର ଉଦାହରଣ ଦେଇ ଶଙ୍କରଙ୍କ ମହିମା ବ୍ୟାଖ୍ୟା କରିଥିଲେ । ମୁଖ୍ୟବକ୍ତା ଲିଙ୍ଗରାଜ ପତି ଶିବ ମହିମାର ଆଧ୍ୟାତ୍ମିକ ତତ୍ତ୍ଵ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ବକ୍ତାବୃନ୍ଦ ଭାବେ ବିଷ୍ଣୁ ମିଶ୍ର, ସାହିତ୍ୟିକ ଓ ସଂଗଠକ ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ପ୍ରଫେସର ଡ଼କ୍ଟର ଗୋକୁଳ ବିହାରୀ ଦାଶ , ଓ ୟୁ ଏ ଟି ଯୋଗଦେଇ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ସୁନ୍ଦର ବ୍ୟାଖ୍ୟା କରିଥିଲେ । କଣ୍ଠଶିଳ୍ପୀ ମାନେ ଶିବ ମହିମା ଏବଂ କାଉଡ଼ିଆ ଭକ୍ତି ଭଜନ ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଏହି ଅବସରରେ ରାଉରକେଲା ର କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ କବି ସସ୍ମିତା ପ୍ରଧାନ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ବଳରାମ ପୂଜାରୀ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ରାଜେଶ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ଧବଳେଶ୍ଵର ଲିଙ୍ଗରାଜ ସମ୍ମାନ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଏବଂ ଧବଳେଶ୍ଵର ଲିଙ୍ଗରାଜ ସେବା ସମ୍ମାନ ଡଃ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ଭୋଇ ଶିବ ତାଣ୍ଡବ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । କବି ଏବଂ ଗାଳ୍ପିକ ଅଜୟ ପଣ୍ଡାଙ୍କ ପୁସ୍ତକ ” ମୃଗତୃଷ୍ଣା ” ର ଶୁଭ ଲୋକାର୍ପଣ ହୋଇଥିଲା । ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଏବଂ ବରିଷ୍ଠ କର୍ମକର୍ତ୍ତା ପୁରସ୍କାର ଏବଂ ସମ୍ମାନ ପ୍ରଦାନ କରିଥିଲେ । ବରିଷ୍ଠ କବି ଦେବଦତ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

masiha

ଭାରତୀ ମହିଳା ଶକ୍ତି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!