ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ମହୋତ୍ସବ ୨୦୨୫ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଖଡ଼ିଆଳ ମହୋତ୍ସବ ୨୦୨୫ ପାଇଁ ଶୁଭସ୍ତମ୍ଭ ସ୍ଥାପନ

   ନୂଆପଡା,ଖଡ଼ିଆଳ ମହୋତ୍ସବ ୨୦୨୫ ଫେବୃଆରୀ ତା ୩ ରୁ ତାରିଖ ୭ ତାରିଖ ରାଜା ଏ ଟି ହାଇ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏଥି ପାଇଁ ଆଜି ରୀତିନୀତି ଅନୁସାରେ ଶୁଭଖମ୍ବ ସ୍ଥାପନ ହୋଇ ଯାଇଛି। ଚଳିତ ବର୍ଷ ମହୋତ୍ସବ ୧୯ ବର୍ଷ ଯୁବ ଅବସ୍ଥାରେ ରେ ପଦାର୍ପଣ କରିଛି | ମହୋତ୍ସବ ପାଳନ ନେଇ ସମସ୍ତ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟ ସ୍ୱରୂପ ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି | ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପୁରୋହିତ ସୁଦର୍ଶନ ଠାକୁର ଙ୍କ ମନ୍ତ୍ରପାଠ ଏବଂ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ କର୍ତ୍ତା ଭାବରେ ଜଗତ ର ନାଥ ଜଗନ୍ନାଥ, ଜଗତଜନନୀ ମାଁ ଦୁର୍ଗା, ଇଷ୍ଟ ଦେବୀ ସମଲେଶ୍ୱରୀ ଏବଂ ଗଡ଼ଦେବୀ ରକ୍ତାମ୍ବରୀ ଙ୍କ ନିକଟ ରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ପୂର୍ବକ ଶୁଭସ୍ତମ୍ବ ସ୍ଥାପନ କରାଯାଇଥିଲା | ପ୍ରକାଶ ଥାଉ କି ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଖଡ଼ିଆଳ ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜ କଳା ପରିବେଷଣ କରି ଲୋକଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମ ଥିବା ବେଳେ ମହୋତ୍ସବ କୁ ଆକର୍ଷଣୀୟ କରିବା ପାଇଁ ଫେବୃଆରୀ ପାଞ୍ଚ ତାରିଖ ରେ ଓଲିଉଡ଼ ଗାୟକ ହ୍ୟୁମେନ ସାଗର ଙ୍କ ସହ ଉଦଯାପନୀ ଉତ୍ସବ ରେ ବଲିଉଡ ର ସୁନାମ ଧନ୍ୟ ଗାୟକ ଜାବେଦ ଅଲି ଙ୍କୁ ନେଇ ଷ୍ଟାର ନାଇଟ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିବା କମିଟି ପକ୍ଷରୁ ମୋହର ଲଗାଯାଇଛି | ଉକ୍ତ ଶୁଭସ୍ତମ୍ଭ ସ୍ଥାପନ ସମୟ ରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ପୂର୍ବତନ ସଭାପତି ନିମାଇଁ ଚରଣ ତାଣ୍ଡି, ସମ୍ପାଦକ ସୁନୀଲ କୁମାର ସାହୁ ଉପଦେଷ୍ଟା ଜଗବନ୍ଧୁ ବାରିକ,ଅକ୍ଷୟ ନନ୍ଦ, ସଂଯୋଜକ ପବିତ୍ର ପ୍ରଧାନ, ସନ୍ତୁ ପଟ୍ଟନାୟକ, ରାଜୁ ଛାବଡା, ଗୋପାଳ ଦାସ, ବିଭୂତି ଭୂଷଣ ବିଶି, ଅର୍ଥ କମିଟି ଆବାହକ ଅମରେଶ ପଟ୍ଟନାୟକ, ଉପ ଆବାହକ ବିମଳ ସିଂ ଦଳପତି ଓ ଶାନ୍ତନୁ ପଣ୍ଡା, କୋଷାଧକ୍ଷ ଛବି ସାଗର, ଗଙ୍ଗାଧର ମହାଉତି, ଭୋଦେବ ସାହୁ, କମଳ ଚରଣ ତାଣ୍ଡି, ମନୋଜ ଦୀପ, ପ୍ରବୀଣ ପଟ୍ଟନାୟକ, ଅସ୍ମିତା ପଟ୍ଟନାୟକ, ମଧୁଳିକା ପଟ୍ଟନାୟକ, ମାନିନୀ ମେହେର, ଝରାମଣି ପାନ, ସୋମନାଥ ଜଗତ, ବବ୍ରୁବାହାନ ବର୍ମା, ତାପସ ପତି, ଯଶୋବନ୍ତ ପଣ୍ଡା, ରାଜ କପୁର ବାରିକ, ଅଶ୍ୱିନୀ ପଟ୍ଟନାୟକ ଙ୍କ ସମେତ ଆୟୋଜକ କମିଟି ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

Sunil Chandra Nayak

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!