ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭାଜନସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

ବିଭାଜନସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

ରାୟଗଡ:-ତା.୨୨/୧୨- ଆଜି ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ାଙ୍କ ଅଧୀନରେ ଥିବା ସ୍ଥାନୀୟ ସିଲ୍ଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥଭାବେ ମାନ୍ୟବର ବିଧାୟକ, ରାୟଗଡ଼ା ଶ୍ରୀଯୁକ୍ତ କାଡ୍ରାକା ଆପଲ୍ଲା ସ୍ବାମୀ ମହୋଦୟ ଓ ସମ୍ମାନନୀୟ ଅତିଥିଭାବେ ମାନ୍ୟବର ବିଧାୟକ, ବିଷମକଟକ, ଶ୍ରୀଯୁକ୍ତ ନୀଳମାଧବ ହିକକା ମହୋଦୟ, ମାନ୍ୟବର ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଶ୍ରୀମତୀ ସରସ୍ଵତୀ ମାଝୀ, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଶ୍ରୀ ଦୁସି ସୁଧାକର କୁମାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ କର, କୃଷି ଉଦ୍ୟାନ ଉପନିର୍ଦେଶକ ଶ୍ରୀ ଦୟାନିଧି ରାଉତ ଓ କ୍ଷୁଦ୍ର ଜଳସେଚନ ବିଭାଜନର ସମସ୍ତ ଯନ୍ତ୍ରୀ ଏବଂ ସମସ୍ତ ପାଣି ପଞ୍ଚାୟତର ସଭ୍ୟମାନେ ଯୋଗ ଦେଇଥିଲେ। ଉକ୍ତ ସମାରୋହରେ ଜଳର ସୁପରିଚାଳନା, ସୁବିନିଯୋଗ ଏବଂ ସୁଷମ ବଣ୍ଟନରେ ପାଣି ପଞ୍ଚାୟତର କାର୍ଯ୍ୟ ଓ ଏହାର ଭୂମିକା କଣ ସେ ବିଷୟରେ ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ। ତତ୍ ସହିତ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭାଜନସ୍ତରୀୟ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତାରେ କୃତକାର୍ଯ୍ୟ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଗଲା l ଏତଦ୍ ସହିତ ଉପସ୍ଥିତ ଥିବା ଚାଷୀ ଭାଈମାନେ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ ଏବଂ ସେମାନଙ୍କ ସୁବିଧା ଓ ଅସୁବିଧା ମାନ୍ୟବର ବିଧାୟକଙ୍କ ଆଗରେ ଉପସ୍ଥାପନା କରିଥିଲେ। ଉକ୍ତ ସମାରୋହ ଉପସ୍ଥିତଥିବା ସମସ୍ତ ଚାଷୀ, ପାଣି ପଞ୍ଚାୟତ ସଦସ୍ୟ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିକିତ୍ସାବିଜ୍ଞାନ ରେ ପାଥୋଲୋଜି ର ଭୂମିକା ଗୁରୁତ୍ୱପୁର୍ଣ୍ଣ

Sunil Chandra Nayak

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ନୂଆପଡାରେ ଜିଲ୍ଲାସ୍ତରୀୟ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ କଲେ ଜିଲ୍ଲାପାଳ

Leave a Comment

error: Content is protected !!