ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ 

ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ 

 ବନ୍ଧୁଗାଁ ତା, ୩୧/୧୦/୨୫,ଅକ୍ଟୋବର ୩୧ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲ ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ପାଳନ ଅବସରରେ ଜାତୀୟ ଏକତା ଦିବସ ବନ୍ଧୁଗାଁ ପୋଲିସ ଥାନ ପକ୍ଷରୁ ଆରମ୍ଭ କରି ସ୍ଥାନୀୟ ଠାରୁ ଆରମ୍ଭ କରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାଲି କରି ସ୍ଲୋଗାନ ଦେବା ସହିତ ଚାଲି ଚାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯିବାର ଆୟୋଜନ କରାଯାଇଥିଲା । 

କାର୍ଯ୍ୟକ୍ରମ ରେ ବନ୍ଧୁଗାଁ ଥାନା ଅଧିକାରୀ ଆଇ ଆଇ ଶି ଶ୍ରୀ ପ୍ରଶ୍ନ କୁମାର ମିଶ୍ର ଏବଂ ବନ୍ଧୁଗାଁ ବ୍ଲକର ଜାତୀୟ ଏକତା ଦିବସ ର ମହତ୍ୱ ଓ ଏହାର ପରିଭାଷା ସମ୍ବନ୍ଧରେ ସର୍ବସାଧାରଣ ରେ ସଂକ୍ଷିପ୍ତ ରେ ଆଲୋକପାତ କରିବା ସହ ଆଜିର AI ବା କୃତ୍ରିମ ବୁଦ୍ଧିମତା ଜଗତରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବେ ଏବଂ ଲୋକେ AI ପ୍ରତି କେମିତି ସାବଧାନତା ଓ ସଚେତନ ହେବେ ମୁଖ୍ୟତଃ ଏହାରି ବିଷୟରେ ବାର୍ତ୍ତା ଦେଇଥିଲେ।

ଏବଂ ରାଜ୍ୟ ଓ ବିଶ୍ୱ ବ୍ୟାପୀ ଏହି ଜାତୀୟ ଏକତା ଦିବସ ପାଳନ କରୁଥିବା ବେଳେ ବନ୍ଧୁଗାଁ ପୋଲିସ ବା କେମିତି ପଛରେ ଥିବ ! ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା ଓ ଭାଇଚାରା ବଜାୟ ରଖିବା ଓ ସୁସମ୍ପର୍କ ସ୍ଥାପନା ଉଦ୍ୟେଶରେ ଏକ ଗଣ ଦୌଡ ବା ମିନି ମାରାଥନ କରାଯାଇଥିଲା। ଏହି ଦୌଡ ରେ ଛାତ୍ର ଛାତ୍ରୀ, ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ଓ ସେଥିପ୍ରତି ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ କିଛି ଖେଳ କୁଦ କୋରାଯିବା ସହ ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ପ୍ରଶ୍ନ କୁମାର ମିଶ୍ର ଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା I ଏଥିରେ ଅଞ୍ଚଳବାସୀ ଆଜିର ଏହି ଏକତା ଦିବସ ଉପଲକ୍ଷେ ଏ ଆଇ ପ୍ରତି ଓ କୃତିମ ବୃଦ୍ଧିପ୍ରଥା ପ୍ରତି ଲୋକଙ୍କୁ ସଚେତନ କୋରାଯିବା ପାଇଁ ଆଜି କିଛି ମନ୍ତବ୍ୟ ରଖିଥିଲେ I ଏଥିରେ ବନ୍ଧୁଗାଁ ଥାନା ଏସ ଆଇ ସୁରେନ୍ଦ୍ର ହୁଇକା ଓ ଅନ୍ୟାନ୍ୟ ଷ୍ଟାଫ ସହ ଥାନା ଜଡିତ ଅଧିକାରୀ ଉପସ୍ଥିତ ରହିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

masiha

କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଲବ (KKCC)ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ରାତ୍ରକାଳୀନ ଟେନିସବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ

Sunil Chandra Nayak

ଵାସିଙ୍ଗୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

masiha

Leave a Comment

error: Content is protected !!