ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

ନବରଙ୍ଗପୁର:(୨୫|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବଡ଼ ଗୁମୁଡା ଗ୍ରାମ ପଞ୍ଚାୟତ କୁ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବାକୁ ଚାରିଆଡ ର ରାସ୍ତା ଖାଲ ଖମା ରହିଥିବା ବେଳେ ଖାଲ ମାନଙ୍କରେ ପାଣି ଜମି ଜାତାୟତ ରେ ଘୋର ଅସୁବିଧା ହେଉଛି l ସହଜେ ବର୍ଷା ଦିନ ଥିବାରୁ ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ବିଦ୍ୟାଳୟ କୁ ଅଭିଭାବକ ମାନେ ଆସି ପିଲା ମାନଙ୍କୁ ଦେଖିବାକୁ ଆସିବା ବେଳେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି l ପୁଣି ଗ୍ରାମ ପଞ୍ଚାୟତ କୁ ବିଭିନ୍ନ କାର୍ଯ୍ୟ ସହ ଚାଉଳ ନେବା ପାଇଁ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ଆହୁରି ଏକ ଅସୁବିଧା ବଡ଼ଗୁମୁଡା ରୁ ନୁନପାଣି କୁ ସଂଯୋଗ କରୁଥିବା ବ୍ରିଜ ପାର୍ଶ୍ବ ଭାଙ୍ଗି ଯାଇଥିବା ଯୋଗୁଁ ବାଇକ ଯୋଗେ ଯିବା ଅସୁବିଧା ହେଉଥିବା ବେଳେ ଚାରି ଚକିଆ ଯାନ କିମ୍ବା ତିନି ଚକିଆ ଯାନରେ ଯାତାୟତ ହୋଇ ପାରୁ ନ ଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉ ଛନ୍ତି l ଗ୍ରାମ ପଞ୍ଚାୟତ ସଦରମହକୁମା ହୋଇ ଥିବାରୁ ଉକ୍ତ ପଞ୍ଚାୟତ ର ଲୋକେ ପଞ୍ଚାୟତ କୁ କିମ୍ବା ଆଶ୍ରମ ବିଦ୍ୟାଳୟକୁ ଆସିପାରୁ ନାହାନ୍ତି l ଏଣୁ ବ୍ଳକ କତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଉକ୍ତ ପଞ୍ଚାୟତ କୁ ଅନ୍ତତଃ ଯାତାୟତ ନିମନ୍ତେ ରାସ୍ତା ଓ ବ୍ରିଜ ତୁରନ୍ତ ସୁବିଧା କରାଇ ଚଳାଚଳ ସୁବିଧା କରାଇବା ପାଇଁ ବୁଦ୍ଧିଜିବୀ ମହଲରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଜଣା ଗାଡ଼ି ଧକ୍କାରେ ପ୍ରସିଦ୍ଧ ଗଣକ ଗୁରୁତର

Sunil Chandra Nayak

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ବିୟୋଗରେ ଶୋକ 

masiha

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

masiha

Leave a Comment

error: Content is protected !!