ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

ନବରଙ୍ଗପୁର:(୨୫|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବଡ଼ ଗୁମୁଡା ଗ୍ରାମ ପଞ୍ଚାୟତ କୁ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବାକୁ ଚାରିଆଡ ର ରାସ୍ତା ଖାଲ ଖମା ରହିଥିବା ବେଳେ ଖାଲ ମାନଙ୍କରେ ପାଣି ଜମି ଜାତାୟତ ରେ ଘୋର ଅସୁବିଧା ହେଉଛି l ସହଜେ ବର୍ଷା ଦିନ ଥିବାରୁ ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ବିଦ୍ୟାଳୟ କୁ ଅଭିଭାବକ ମାନେ ଆସି ପିଲା ମାନଙ୍କୁ ଦେଖିବାକୁ ଆସିବା ବେଳେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି l ପୁଣି ଗ୍ରାମ ପଞ୍ଚାୟତ କୁ ବିଭିନ୍ନ କାର୍ଯ୍ୟ ସହ ଚାଉଳ ନେବା ପାଇଁ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ଆହୁରି ଏକ ଅସୁବିଧା ବଡ଼ଗୁମୁଡା ରୁ ନୁନପାଣି କୁ ସଂଯୋଗ କରୁଥିବା ବ୍ରିଜ ପାର୍ଶ୍ବ ଭାଙ୍ଗି ଯାଇଥିବା ଯୋଗୁଁ ବାଇକ ଯୋଗେ ଯିବା ଅସୁବିଧା ହେଉଥିବା ବେଳେ ଚାରି ଚକିଆ ଯାନ କିମ୍ବା ତିନି ଚକିଆ ଯାନରେ ଯାତାୟତ ହୋଇ ପାରୁ ନ ଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉ ଛନ୍ତି l ଗ୍ରାମ ପଞ୍ଚାୟତ ସଦରମହକୁମା ହୋଇ ଥିବାରୁ ଉକ୍ତ ପଞ୍ଚାୟତ ର ଲୋକେ ପଞ୍ଚାୟତ କୁ କିମ୍ବା ଆଶ୍ରମ ବିଦ୍ୟାଳୟକୁ ଆସିପାରୁ ନାହାନ୍ତି l ଏଣୁ ବ୍ଳକ କତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଉକ୍ତ ପଞ୍ଚାୟତ କୁ ଅନ୍ତତଃ ଯାତାୟତ ନିମନ୍ତେ ରାସ୍ତା ଓ ବ୍ରିଜ ତୁରନ୍ତ ସୁବିଧା କରାଇ ଚଳାଚଳ ସୁବିଧା କରାଇବା ପାଇଁ ବୁଦ୍ଧିଜିବୀ ମହଲରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଧୁଗାଁ ବ୍ଲକରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦ୍ଵାରା ଶୁଭାରମ୍ଭ

Sunil Chandra Nayak

ସମାଜସେବୀ ବବୃ ବାହାନ ଙ୍କ ଦେହାନ୍ତ ରେ ଶୋକ ର ଛାୟା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଭାଷା ବୃତ୍ତି ରେ ଟପର ଛାତ୍ରୀ ନିହାରିକା ବିଶୋଇଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!