ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମେଶ୍ଵର ମହାଦେବ ମନ୍ଦିର ର ୧୦ମ ରୁଦ୍ର ମହାଯଜ୍ଞ ଆସନ୍ତା ୧୮ରୁ…

ଶ୍ରୀ ରାମେଶ୍ଵର ମହାଦେବ ମନ୍ଦିର ର ୧୦ମ ରୁଦ୍ର ମହାଯଜ୍ଞ ଆସନ୍ତା ୧୮ରୁ…

ରାଉରକେଲା/ ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦ମ ରୁଦ୍ର ମହାଯଜ୍ଞ ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଡଃ ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସପ୍ତମୂର୍ତ୍ତୀ ବେଦଜ୍ଞ ବ୍ରାହ୍ମଣ ଉପସ୍ଥିତ ରହି ଯଜ୍ଞାନୁଷ୍ଠାନ ପରିଚାଳନା କରିବେ। ସେକ୍ଟର ୨୦ କମୁନିଟି ସେଣ୍ଟର ପଛପଟରେ ଥିବା ବିସ୍ତୀର୍ଣ୍ଣ ପ୍ରାନ୍ତରରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ଏହି ତ୍ରୟ ଦିବସୀୟ ମହାଯଜ୍ଞ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପୂର୍ଣ୍ଣ ହେବ। ୧୮ ତାରିଖ ସୋମବାର ଅଙ୍କୁରାରୋପଣ,୧୯ ତାରିଖ ମଙ୍ଗଳବାର ଦିବା ୧୦ ଘଟିକା ସମୟରେ କଳସ ଯାତ୍ରା,୨୦ ତାରିଖ ବୁଧବାର ସୂର୍ଯ୍ୟ ପୂଜା, ୨୧ ତାରିଖ ଗୁରୁବାର ସଂଧ୍ୟା ୫ଘଟିକା ସମୟରେ ପୂର୍ଣ୍ଣାହୁତି। ୨୧ ତାରିଖ ମଧ୍ୟାହ୍ନ ୧ଘଟିକା ସମୟରେ ଯଜ୍ଞଶାଳା ସମୀପରେ ୫ ସହସ୍ରାଧିକ ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମନ୍ଦିର କମିଟି ତରଫରୁ ଉପଦେଷ୍ଟା ଇଂ ଅଜୟ ପୂଜାରୀ, ଉପେନ୍ଦ୍ର କୁମାର ନାୟକ,ସଭାପତି ଜଗନ୍ନାଥ ରାଉତ, ସାଧାରଣ ସମ୍ପାଦକ ଗଣେଶ ଜୟସିଂହ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଡ଼ଃ ସୁମନ ଦତ୍ତ,କାର୍ଯ୍ୟକାରୀ ସଭାପତି ଗୋକୁଳ ମହାପାତ୍ର, ଉପସଭାପତି ଧୀରେନ୍ଦ୍ର ଓଝା, ଅମୂଲ୍ୟ ରାଉତ, ରମେଶ ଯାଦବ, ସୁରେଶ ଯାଦବ , ନାରାୟଣ ସିଂ, ଶାମଲାଲ ବଡାଇକ,ମାନସ ପରିଡ଼ା,ଅନୁପ ଜେନା, ଜୁଲି ମିଶ୍ର, ରଞ୍ଜନ ରାଉତ, ସନ୍ତୋଷ ପ୍ରଧାନ, ସହଦେବ ଜୟସିଂହ, ଶ୍ରୀମତୀ ଗୀତା ପୂଜାରୀ,ରୀତା ମହାପାତ୍ର, ଲିଲିମା ଜୟସିଂହ, ସୁକାନ୍ତୀ କୁମ୍ଭାର ଓ ରୁକସାନା ବେଗମ ପ୍ରମୁଖ ସମସ୍ତ ନେହେରୁପଲ୍ଲୀବାସୀ ଓ ରାଉରକେଲାବାସୀଙ୍କୁ ଅନୁରୋଧ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାପ୍ତାହିକୀ, ଖୋଲାଫର୍ଦ ର ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ଉତ୍ସଵ 

Sunil Chandra Nayak

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

masiha

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!