ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ଛୁଆକୁ ସ୍କୁଲ ଛାଡିବାକୁ ଅରାଜି, ଶିଶୁ ସଂଗଠନ କଲେ ମାଁ କୁ ଅନୁରୋଧ

ମାଁ ଛୁଆକୁ ସ୍କୁଲ ଛାଡିବାକୁ ଅରାଜି, ଶିଶୁ ସଂଗଠନ କଲେ ମାଁ କୁ ଅନୁରୋଧ

ଥୁଆମୂଳ ରାମପୁର:୦୬/୦୯ – (ମନିସ):- ବାପା ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳ ରାଜ୍ଯକୁ କାମକରିବାକୁ ଯାଇଛନ୍ତି ଏପଟେ ପରିବାରରେ ସ୍ତ୍ରୀ ଛୁଆକୁ ଧରି କାମଧନ୍ଦା କରି ଘରେ ରହୁଛନ୍ତି। ହେଲେ କୌଣସି ପିଲାଙ୍କୁ ସ୍କୁଲ ରେ ପାଠପଢେଇବା ପାଇଁ ଇଛା ପ୍ରକାଶ କଲେ ନାହିଁ। ଏହା ଫଳରେ ଛୁଆ ଅପାଠୁଆ ହେବା ଚିନ୍ତା ଘାରିଲା ଛୁଆ ପାଠପଢିବା ପାଇଁ ଇଛା କରୁଛି, କିନ୍ତୁ ମାଁ ସ୍କୁଲକୁ ଛାଡିବା ପାଇଁ ଇଛା କରୁନାହାନ୍ତି। ପାଠକ ବନ୍ଧୁ ଏହା କୌଣସି ଗଳ୍ପ କିମ୍ବା କାହାଣୀ ନୁହେଁ ବାସ୍ତବରେ ଆମ ସମାଜର ବାସ୍ତବ ଚିତ୍ର ତେବେ ଜାଣିବାକୁ ଚାହାଁନ୍ତି ତୋ ତେବେ ଆଗକୁ ପଢନ୍ତୁ ଘଟଣାଟି ଏପରି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ମମତା ମାଝୀ, ବୟସ ୯ ବର୍ଷ , ଗ୍ରାମ ଚାଚିକନା ,ଗ୍ରା,ପ କାଣିଗୁମା, ବାପା କେରଳ ରେ କାମ କରନ୍ତି , ମାଁ ଜଙ୍ଗଲରେ ପୋଡୁ ଚାଷ କରନ୍ତି ତାର ଗୋଟେ ଛୋଟ ଭାଇ ୩ ବର୍ଷ ର ସେ କେବେ ସ୍କୁଲ କୁ ଯାଇ ପାରୁ ନାହିଁ କାରଣ ସେ ତା ସାନ ଭାଇର ଯତ୍ନ ନେଉଛି ଘରର ସମସ୍ତ କାମ କରୁଛି , ମାଁ ଚାଷ କାମ ସାରି ସନ୍ଧ୍ୟା ରେ ଘରକୁ ଫେରନ୍ତି । ସେହି ଗ୍ରାମରେ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ଏକ ଶିଶୁ ସଂଘଗଠନ ହୋଇଛି ମମତା ମଧ୍ୟ ଶିଶୁ ସଂଘର ଜଣେ ସଦସ୍ୟ ତାର ବି ସ୍କୁଲ କୁ ଯିବାକୁ ବହୁତ୍ ଇଛା କିନ୍ତୁ ଘରର ପରିସ୍ଥିତି କୁ ଆଖି ଆଗରେ ରଖି ତା ମାଁ ତାକୁ ସ୍କୁଲ ଛାଡ଼ୁ ନାହାନ୍ତି ଏହି ବିଷୟରେ ମମତା ତାଙ୍କ ଶିଶୁ ସଂଘ କୁ ଜଣାଇ ଥିଲେ। ଖବର ପାଇ ଶିଶୁ ସଂଘର ସମସ୍ତ ସଦସ୍ୟ ମମତାର ମାଁ କୁ ଫୁଲତୋଡ଼ା ଦେଇ ମମତା କୁ ସ୍କୁଲ ପଠାଇବା ଲାଗି ଅନୁରୋଧ କରିଥିଲେ। ଶେଷରେ ମାଁ ରାଜି ହେଲେ ମମତା କୁ ସ୍କୁଲ ପଠାଇଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

Sunil Chandra Nayak

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!