ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି 

ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

ଭବାନୀପାଟଣା,୧୪/୦୧( )-ସାରା ଦେଶ ବୁଲିବେ, ଯାହା ଯାହା ପାଇବେ କେବଳ କଳାହାଣ୍ଡି ମାଟିରେ ହିଁ ସେସବୁ ରହିଛି। ସାରା ଦେଶର କଳା, ସଂସ୍କୃତି, ଐତିହ୍ୟ ସମେତ ଜୀବନଚର୍ଯ୍ୟାର ବିବିଧତାରେ ପରିପୂର୍ଣ୍ଣ ଏ ମାଟି। ଥରେ ଯିଏ ଏ ମାଟିରେ ପାଦ ଦିଏ ଏହାର ପ୍ରେମରେ ପଡ଼ିଯାଏ। ଅଭିଭୂତ ହୋଇଯାଏ। ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି ବୋଲି ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ଉଦଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଦିବାଦ୍ୟ ମହୁରି ବାଦନ, ଘୁମୁରାର ଶବ୍ଦନାଦ ସହିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା କଳାହାଣ୍ଡି ଉତ୍ସବ। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସମେତ ଭବାନୀପାଟଣା ପୌର ପରିଷଦ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାକୁ ଉମେଶ ଚନ୍ଦ୍ର ଶତପଥି ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ସୁରଜିତ ସିଂହ, ରାହୁଲ ପ୍ରଧାନ, ବିକାଶ ଆବାସିକ ବିଦ୍ୟାଳୟ, ଆର୍ଯ୍ୟ ନାୟକ, ସବ ଲେଫ୍ଟନାଣ୍ଟ ସୁଶାନ୍ତ କୁମାର ଦାଶ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଦୀପକ ରଞ୍ଜନ ବେହେରା, ପ୍ରେମାଞ୍ଜଳି ନାଗ, ଦୀନେଶ ମାଝୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବର ସ୍ମରଣିକା ନିଶାନକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହାପରେ ପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟାରେ ସୁଧୀର ନାଏକ, ବିରଞ୍ଚି ନାରାୟଣ ମୁଣ୍ଡ, ନିହାରୀକା ନାୟକ, ନମିତା ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। ଆଜିର ଉଦଘାଟନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା ଦଳ, ପ୍ରତିଭା ପଣ୍ଡା ଓ ସାଥୀଙ୍କ ଓଡିଶୀ, ରାଜସ୍ଥାନର ମଙ୍ଗନିହାର, ଆସାମର ବିହୁ, ବଲାଙ୍ଗୀର ଦୁଲଦୁଲି କଳାପରିଷଦର ଘୁଡୁକା, ମହାରାଷ୍ଟ୍ରର ଲାବଣି ନୃତ୍ୟ, କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ମଲ୍ଲୀଫୁଲ, ହରିୟାଣାର ଫାକ୍ ନୃତ୍ୟ, ଭବାନୀପାଟଣା ମୃଣ୍ମୟୀର ବଜାଶାଲ, ପଞ୍ଜାବର ଭାଙ୍ଗଡା, ଶ୍ରୀ ଅରବିନ୍ଦ କଳା କେନ୍ଦ୍ରର ବଜାଶାଲ, ହିମାଚଲୀ ପାହାଡି ନୃତ୍ୟ, ବଲାଙ୍ଗୀର କୋଶଲ ଫୋକ୍ ଏକାଡେମୀ ଓ ସିଟିଏମଏସର ଘୋଡା ନାଚ ପରିବେଷିତ ହୋଇଥିଲା। ସେହିପରି ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ବିଖ୍ୟାତ ଲୋକଗାୟକ ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ। 

( ମ ନି ସ ) 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

Sunil Chandra Nayak

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆସନ୍ତା ୧୪ରେ….

masiha

କୁରୁଗୁଡା ଆମ୍ବେଦକର କ୍ଲବରେ ସ୍ୱାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!