ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମି ଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରଥମ ଦିବସରେ “ସ୍ମାରକୀ “ଉପରେ ଆଧାରିତ ବାଲୁକା କଳା କର୍ମଶାଳା ଅନୁଷ୍ଠିତ ହୋଇ ଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ନିର୍ମାଣ କରିଛନ୍ତି ରାଣିପୁର ଝରିଆଲ ର ଇନ୍ଦ୍ରଲାଟ ମନ୍ଦିର। ତାଙ୍କରି ଚାରି ଜଣିଆ ଟିମରେ ଶ୍ରୀ ସାହୁଙ୍କ ସମେତ ପୁରୀର ରଞ୍ଜନ ଗଙ୍ଗୁଳି, ଶ୍ରୀଧର ଦାସ ଓ ଭୁବନେଶ୍ୱର ର ସୁବଳ ମହାରଣା ସାମିଲ ଥିଲେ। ଚାରି ଜଣିଆ ଟିମ ର ମିଳିତ ଉଦ୍ୟମରେ ପୁରୀ ମନ୍ଦିର, ଇଣ୍ଡିଆ ଗେଟ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଶା ମହୋତ୍ସବରେ ଉତ୍କଳଶ୍ରୀ ସମ୍ମାନ ରେ ସମ୍ମାନିତ ହେଲେ କୁଞ୍ଜବିହାରୀ, ମନୋରଞ୍ଜନ ଓ ଅଶୋକ  ହାପି ମୋମେଣ୍ଟସ ଇଣ୍ଡିଆ ର ଓଡିଶା ମହୋତ୍ସବ ସମ୍ପନ୍ନ 

Sunil Chandra Nayak

ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ

masiha

ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

masiha

Leave a Comment

error: Content is protected !!