ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅପରେସନ ପ୍ରହାର ର ସଫଳତା : ୫ ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ 

ଅପରେସନ ପ୍ରହାର ର ସଫଳତା : ୫ ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ 

କନ୍ଧମାଳ ,ତା, ୦୮/୦୯(ମନିସ): କନ୍ଧମାଳ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା “ଅପରେସନ ପ୍ରହାର “ ଅଭିଯାନ ରେ ବାଲିଗୁଡା ପୁଲିସ କୁ ମିଳିଛି ଏକ ସଫଳତା । ଏ ନେଇ ସୋମବାର ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ ସ୍ଵାଇଁ ଏକ ସାମ୍ବାଦିକ ସମ୍ବିଳନୀ କରି ସଫଳତା ର ତଥ୍ୟ ରଖିଛନ୍ତି । ବାଲିଗୁଡା ପୁଲିସ ପକ୍ଷରୁ ଏସଆଇ ଭୋଳାନାଥ ପଣ୍ଡା ଓ ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସମୟରେ ଦୁଇ ଜଣ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ ଟି ଦେଶୀବନ୍ଧୁକ ଓ ୪ ଟି କାଠ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ କରିଛନ୍ତି । ଏ ନେଇ ଦୁଇଟି ପୃଥକ ପୃଥକ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତବକ ସେପ୍ଟେମ୍ବର ୭ ତାରିଖ ଦିନ ପୂର୍ବ ସୂଚନା ଅନୁଯାୟୀ ଏସଆଇ ଭୋଳାନାଥ ପଣ୍ଡା ପାଟ୍ରୋଲିଂ କରି ଯାଞ୍ଚ କରୁଥିବା ବେଳେ ତିଲୋରି ପଞ୍ଚାୟତ ର ଟକିମହା ଗ୍ରାମର ବଳିଆ ପ୍ରଧାନ ଙ୍କ ଠାରୁ ଦୁଇଟି ଦେଶୀ ହାତ ତିଆରି ବନ୍ଧୁକ ଜବତ କରିଥିଲେ । ତାଙ୍କ ଠାରୁ କୌଣସି ଲିଇସେନ୍ଶ ତାଙ୍କ ନିକଟରେ ରହିନଥିବା ଜାଣି ଥିଲେ । ଏ ନେଇ ୨୭୪ /୨୫ ରେ ଏକ ମାମଲା ରୁଜୁ କରିଥିଲେ । ସେହିପରି ଏସଆଇ ସଞ୍ଜୟ କୁମାର ସ୍ଵାଇଁ ଗଞ୍ଜେଇ ନିରୀକ୍ଷଣ ପେଟ୍ରୋଲିଂ ସମୟ ରେ ତିଲୋରି ପଞ୍ଚାୟତ ର ଗ୍ଲୁଡ଼ା ଗ୍ରାମର ସୁଜନ ବିନ୍ଧାଣି ଏକ ନିଛାଟିଆ ସ୍ଥାନ ରେ ବନ୍ଧୁକ ଧରି ଗଞ୍ଜେଇ ପେକେଟ କୁ ଜଗି ରହିଥିଲା । ଏତିକି ବେଳେ ପୁଲିସ ମାଡି ବସିଥିଲେ । ପଚରା ଉଚରା ପରେ ତା ନିକଟରୁ ମୋଟ ୩ ଟି ଦେଶୀ ବନ୍ଧୁକ ୪ ଟି କାଠ ବଟଷ୍ଟକ ସହ ୧୨୭ କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୬ ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ଦୁହେଁ ନିଜ ଗାଁ ରେ ଦୀର୍ଘ ଦିନ ହେବ ଏଭଳି ଦେଶୀ ବନ୍ଧୁକ ତିଆରି କରି ଗଞ୍ଜେଇ ମାଫିଆ ସମେତ ବିଭିନ୍ନ ଅପରାଧିକ ମାମଲା ରେ ବ୍ୟବହାର କରୁଥିଲେ । ଗୋଟିଏ ଗୋଟିଏ ଦେଶୀ ବନ୍ଧୁକର ମୂଲ୍ୟ ୩୦ ରୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଦୁଇ ଜଣକୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରାଯାଉଥିବା ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପୁଲିସ ଖୋଜୁ ଥିବା ବିଷୟ ଏସଡିପିଓ ରମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର

masiha

Leave a Comment

error: Content is protected !!