ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ସାର ଜବତ

ବିପୁଳ ପରିମାଣର ସାର ଜବତ

ନୂଆପଡା, ନୂଆପଡା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଖଡ଼ିଆଳ ଥାନା ଗଡ଼ରାମୁଣ୍ଡା ଗାଁର ବ୍ୟବସାୟୀ କୁନ୍ଦନ ମେହେରଙ୍କ ଗୋଦାମରେ ଚଢ଼ଉ ହୋଇଛି। ଏହି ଚଢ଼ଉରେ ଗୋଦାମରୁ ବେଆଇନ ଭାବେ ଗଛିତ ୪ ଟ୍ରକ ସାର ବିଭାଗୀୟ ଅଧିକାରୀମାନେ ଜବତ କରିଛନ୍ତି। ବ୍ୟବସାୟୀ ଶ୍ରୀ ମେହେର ବିଭିନ୍ନ ସମୟରେ ବିନା ବିନା ସରକାରୀ ଲାଇସେନ୍ସରେ ସାର କାରବାର କରୁଥିବା ନେଇ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଏହାକୁ ଭିଭିକରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଇତାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗାଁରେ ଚଢ଼ଉ କରିଥିଲା। ସେହି ସମୟରେ କୁନ୍ଦନ ୪ଟି ଟ୍ରକରେ ସାର ଆଣି ଘରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିଲେ । ଅଧିକାରୀମାନେ ୪ଟି ଟ୍ରକକୁ ଜବତ କରିଥିଲେ। ଏଥିସହ ଟ୍ରକରେ ଥିବା ୫୫୦ ବସ୍ତା ଓ ଘରୁ ୧୬୬୫ବସ୍ତା ସାର ମୋଟ ୩୮୬୫ ବସ୍ତା ସାରକୁ ଜବତ କରିଛନ୍ତି। ଟ୍ରକ ଗୁଡ଼ିକୁ ଖଡ଼ିଆଳ ଥାନାରେ ଜିମା ଦିଆଯାଇଛି। ଏହି ଚଢ଼ଉ ଟିମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର, ସ୍ଥାନୀୟ ବ୍ଳକ କୃଷି ଅଧିକାରୀ ଦିପ୍ତିମୟୀ ବାରିକ, ବ୍ରଜରାଜ ସାହୁ, ଫର୍ଟିଲାଇଜର ଇନ୍ସପେ ପେକ୍ଟର ବର୍ଷା ଆଜାଦ ପ୍ରମୁଖ ସାମିଲ ଥିଲେ । ଏହାକୁ ନେଇ ସବିଶେସ ଜାରି ରହିଥିବା ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

Sunil Chandra Nayak

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

Rayagada Police Crack Down on Interstate Crime Ring, Arrest 5

masiha

Leave a Comment

error: Content is protected !!