ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ଏଗାର ଆହତ ମଧ୍ୟରୁ ତିନି ଗୁରୁତର 

ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ଏଗାର ଆହତ ମଧ୍ୟରୁ ତିନି ଗୁରୁତର 

ବନ୍ଧୁଗାଁ ତା,୯/୨/୨୪,ନାରାୟଣପାଟଣା ବ୍ଲକ ର ବୋରିଗି ଘାଟିରେ ଏକ ଟ୍ରାକ୍ଟର ରାସ୍ତାରେ ଓଲଟି ପଡି ଏଗାର ଜଣ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କ ଅବସ୍ଥା ଗୁରୁତର ହୋଇଛି I ଆହତ ସମସ୍ତଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ତର ମାନଙ୍କୁ କୋରାପୁଟ ଏସଏଲ୍ଏନକେ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନଙ୍କ ମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି I ବୋରିଗି ପଞ୍ଚାୟତ ର କେଲୁବାଡି ଗ୍ରାମରେ ଏକ ବାହାଘର ଛାମୁଣ୍ଡିଆ ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରିବା ବେଳେ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଭାରସାମ୍ୟ ହରାଇ ଟାକ୍ଟରଟି ରାସ୍ତା ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଟ୍ରାକ୍ଟର ଟ୍ରେଲର ତଳେ ଚାପି ହୋଇ ପଡ଼ିଥିବା ବେଳେ ସେହି ସମୟରେ ଆନ୍ଧ୍ରକୁ ଯାଉଥିବା କିଛି ବ୍ୟକ୍ତି ଏକ ଅଟୋ ଦ୍ବାରା ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଅଟୋରୁ ଆହତ ମାନଙ୍କୁ ମେଡ଼ିକାଲରେ ପହଞ୍ଚାଇଥିଲେ । ଗୁରୁତ୍ତର ମାନଙ୍କ ମଧ୍ୟରୁ ୨ଜଣ ଶିଶୁ ରହିଥିବାରୁ ମେଡ଼ିକାଲ ପରିସରରେ ଏକ ଦୁଖଃଦ ପରିବେଶ ଦେଖାଦେଇଥିଲା । ଆହତ ସମସ୍ତେ ଗରିବ ଶ୍ରେଣୀର ଆଦିବାସୀ ମାନେ ହୋଇଥିବାରୁ ସେମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଗାଁ ବାସୀ ଅନୁରୋଧ କରିଛନ୍ତି । ଆହତଙ୍କ ମଧ୍ୟରୁ ସେନ୍ତାମାଣ୍ଡିଙ୍ଗି ନାମକ ଜଣେ ମହିଳାଙ୍କ ସମେତ ଝିନ୍ନ ମାଣ୍ଡିଙ୍ଗି ଓ ଅରୁଣ ମେଲେକା ଦୁଇ ଜଣ ଶିଶୁଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ମାନେ ହେଲେ ଚାନ୍ଦିନି ମାଣ୍ଡିଙ୍ଗି, ନନ୍ଦିନୀ ମାଣ୍ଡିଙ୍ଗି , ଅନିମା ମେଲେକା , ମିଥୁନ ହାରେକା , ଟୁନା ହୁଇକା, ମୁନା ମେଲେକା, ଭାଶ୍କର ହୁଇକା ଓ ବିମଳା ମାଣ୍ଡିଙ୍ଗି ଅଛନ୍ତି । ସମସ୍ତେ କେଲୁବାଡ଼ି ଗ୍ରାମର ଅଟନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖରେ କେଲୁବାଡ଼ି ଗ୍ରାମରେ ଛାମୁଣ୍ଡିଆ ପାଇଁ ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ 

masiha

୩୨ତମ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

masiha

Leave a Comment

error: Content is protected !!