ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ଥୁଆମୁଳ ରାମପୁର ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

କଳାହାଣ୍ଡି:ଥୁଆମୁଳ ରାମପୁର ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଥୁଆମୁଳ ରାମପୁର ସ୍ଥିତ ସ୍ଥାନୀୟ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆୟୋଜିତ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଗତ ଫେବୃଆରୀ ୨ତାରିଖ ଠାରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଶ୍ରୀ ସୁବାସ କୁମାର ବିନ୍ଧାଣି, ଅଗ୍ନିଶମ ଅଧିକାରୀ ଉଦଘାଟନ କରିଥିବା ବେଳେ ଏହା ୮ ଦିନ ଧରି ପରିଚାଳିତ ହୋଇଥିଲା । ବିଭିନ୍ନ ଦିବସ ରେ ଛାତ୍ରୀ ମାନଙ୍କୁ ବିବିଧ ଆତ୍ମସୁରକ୍ଷା କୌଶଳ ର ତାଲିମ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବଳ ଜାଗୃତି ହେବା ସଂଗେ ସଂଗେ ନିଜର ସୁରକ୍ଷା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇ ପାରିବେ ବୋଲି ଆଜି ଉପସ୍ଥିତ ବକ୍ତା ମାନେ ନିଜର ମତାମତ ପ୍ରକାଶ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଥୁଆମୁଳ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଗ୍ନିଶମ ଅଧିକାରୀ ସୁବାସ ବିନ୍ଧାଣି, ସ୍ୱାସ୍ଥ୍ୟ ସ୍ୱରାଜ ର ସୁଶ୍ରୀ ଜ୍ୟୋତ୍ସ୍ନା ଗୁପ୍ତା, ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର କୁମାର ସାହୁ ଏବଂ ଓଡ଼ିଆ ଅଧ୍ୟାପିକା ଲକ୍ଷ୍ମୀ ପ୍ରିୟା ନାଏକ ଯୋଗ ଦେଇ ଥିଲେ । ଏଥିରେ ପ୍ରଶିକ୍ଷକ ଭାବରେ ସୁଶ୍ରୀ ଆଲିଶା ଧଙ୍ଗଡାମାଝୀ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଭାବରେ ଶ୍ରୀ ପ୍ରଶାନ୍ତ ମୁଣ୍ଡଛିନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।ଶେଷରେ ଛାତ୍ରୀମାନଙ୍କୁ ପ୍ରତିଭାଗୀ ପ୍ରମାଣପତ୍ର ପ୍ରଦାନ କରା ଯାଇ ଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

ଅଗ୍ନିଶମ ବିଭାଗ ପକ୍ଷରୁ କନେଷ୍ଟବଳ ପ୍ରଶିକ୍ଷଣ ଶିବିର

masiha

Awareness Campaigns Launched to Prevent Forest Fires in Singpur Range, Sikai Village Benefits

masiha

Leave a Comment

error: Content is protected !!