ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

ହିଞ୍ଜିଳିକାଟୁ,ତା ୧୯/୦୬ ହିଞ୍ଜିଳିକାଟୁ ସ୍ଥିତ ମା’ ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣର ମଣ୍ଡପଠାରେ ଶୁକ୍ରବାର ହିଞ୍ଜିଳିକାଟୁ ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଠିକାଦାରମାନଙ୍କ ସ୍ୱାର୍ଥ ସୁରକ୍ଷା, ସଂଘର ଏକତା ବଜାୟ ରଖିବା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ସଭାର ସବୁଠାରୁ ଉଲ୍ଲେଖନୀୟ ନିଷ୍ପତ୍ତି ହେଲା, ସଂଘର ସମସ୍ତ ସଦସ୍ୟ ସରକାରୀ ବିଭାଗର ସମସ୍ତ ଇ-ଟେଣ୍ଡର ଓ ଅଫଲାଇନ୍ ଟେଣ୍ଡରରେ କେବଳ ସରକାରୀ ଧାର୍ଯ୍ୟ ମୂଲ୍ୟ ରେ ଅଂଶଗ୍ରହଣ କରିବେ । କୌଣସି ସଦସ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍ ଦରରେ ଟେଣ୍ଡର ଦାଖଲ କରିବେ ନାହିଁ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତିକୁ ସଂଘର ସମସ୍ତ ସଦସ୍ୟ ନିଷ୍ଠାର ସହ ପାଳନ କରିବେ ବୋଲି ସଙ୍କଳ୍ପ କରାଯାଇଥିଲା। ଯଦି କୌଣସି ସଦସ୍ୟ ଏହାର ଉଲ୍ଲଂଘନ କରନ୍ତି, ତେବେ ସଂଘର ନିୟମାବଳୀ ଅନୁଯାୟୀ ତାଙ୍କ ବିରୁଦ୍ଧରେ କଠୋର ସାଙ୍ଗଠନିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ସଂଘର ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସଭାରେ ସର୍ବସମ୍ମତିକ୍ରମେ ୧୫ ସଦସ୍ୟ ବିଶିଷ୍ଟ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟି ଆଗାମୀ ଦିନରେ ସଂଘର ସାଂଗଠନିକ କାର୍ଯ୍ୟକ୍ରମ, ଠିକାଦାରମାନଙ୍କ ସ୍ୱାର୍ଥ ସୁରକ୍ଷା, ସରକାରୀ ବିଭାଗ ସହ ସମନ୍ୱୟ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ। ନବଗଠିତ କମିଟିରେ ବିଭୂ ପ୍ରସାଦ ପଣ୍ଡା, ସୁମିତ ପାଣିଗ୍ରାହୀ, ସୁଧାଂଶୁ ଶେଖର ସାବତ, ଚିରଞ୍ଜୀବୀ ମୁନି, ସୁଜିତ କୁମାର ପଣ୍ଡା, ପ୍ୟାରୀ ମୋହନ ପାଢ଼ୀ, ମନୋଜ କୁମାର ସାବତ, ସନ୍ତୋଷ କୁମାର ପାଣିଗ୍ରାହୀ, ନୀଳାଞ୍ଚଳ ପଣ୍ଡା, ଏନ୍. ଲଛେୟା, ରାଜେଶ କୁମାର ସାହୁ, ଶିଶିର ପାଣ୍ଡୀଙ୍କୁ ସଂଯୋଜକ, ରୋହିତ ବିଷୋୟୀ, ଟୁନା ଦୋରା, କପିଳେନ୍ଦ୍ର ନାହାକ, ଅଶ୍ୱିନ ମାହାଙ୍କୁଡ଼ ଏବଂ ପ୍ରଭାତ କୁମାର ମହାରଣାଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସଭାରେ ଉପସ୍ଥିତ ସଦସ୍ୟମାନେ ନବଗଠିତ କମିଟିକୁ ଅଭିନନ୍ଦନ ଜଣାଇବା ସହ ସଂଘର ଏକତା, ସ୍ୱଚ୍ଛତା ଓ ଠିକାଦାରମାନଙ୍କ ହିତ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲା ସ୍ତରୀୟ ସଦସ୍ୟ ଶରତ ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଠିକାଦାର ସଂଘର ସଭାପତି ସଞ୍ଜୟ ରାଉତ, ଧରାକୋଟ ଠିକାଦାର ସଂଘର ସଭାପତି ଦେବରାଜ ଭୂଆଁଙ୍କ ସମେତ କୁକୁଡାଖଣ୍ଡି ବ୍ଲକ ଠିକାଦାର ସଂଘର କର୍ମକର୍ତ୍ତାମାନେ ଯୋଗଦେଇ ଠିକାଦାରମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରୀ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଠିକାଦାରମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସଭାରୁ ଦାବି କରାଯାଇଥିଲା।

Related posts

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

Sunil Chandra Nayak

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ  ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

masiha

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!