ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

ରାଉରକେଲା/ ଏପ୍ରିଲ ୧ ରିଖ ଉତ୍କଳ ଦିବସ ଉପଲକ୍ଷେ ‘ଆମର ମ୍ୟୁଜିକ’ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି “ମୋ ଓଡିଶା-ଟାଇଟଲ ଗୀତ” । ଗୀତଟିକୁ ଓଡିଶାର ୩୦ଟି ଜିଲ୍ଲାର ୩୦ ଜଣ ମେଲୋଡି କଣ୍ଠଶିଳ୍ପୀ ତାଙ୍କ କଣ୍ଠରେ ସଜାଇଛନ୍ତି । ଏହି ଗୀତରେ ସୁନ୍ଦରଗଡ ଜିଲ୍ଲା ତରଫରୁ ରାଉରକେଲାର ଚର୍ଚ୍ଚିତ କଣ୍ଠଶିଳ୍ପୀ ତରୁଣ କୁମାର(ତାରିଣୀ) ଙ୍କୁ କଣ୍ଠଦାନ କରିବାର ସୁଯୋଗ ମିଳିଥିବାର ଜଣାପଡିଛି । ଗୀତଟି ଭୁବନେଶ୍ଵର ସୋମେଶ ଷ୍ଟୁଡିଓରେ ଭଏସ୍‌ ଡବ୍ ହୋଇଥିବାବେଳେ ଗୀତଟିକୁ ରଚନା କରିଛନ୍ତି ସ୍ୱର୍ଯ୍ୟ ମହାପାତ୍ର ଏବଂ ସଙ୍ଗୀତରେ ସଜାଇଛନ୍ତି ଓଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ସୁନ୍ଦରଗଡ ଜିଲ୍ଲା ତରଫରୁ ତରୁଣଙ୍କୁ କଣ୍ଠଦାନ କରିବାର ନିଆରା ସୁଯୋଗ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି । ୧୪ବର୍ଷ ବୟସରୁ ତରୁଣ ଅର୍କେଷ୍ଟ୍ରା ଜଗତରେ ପାଦ ଦେଇଥିଲେ । ତାଙ୍କ ଦୃଢ ନିଷ୍ଠା ଓ ସଙ୍ଗୀତ ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେ କେବେ ପଛକୁ ଦେଖିନାହାଁନ୍ତି ବରଂ ଆଜି ସେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ତାଙ୍କ କଳା ପାଇଁ ବେଶ୍ ପରିଚିତ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା ନେଇ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତ ; ପିଡିତା ପରିବାରଙ୍କୁ ସାକ୍ଷାତ୍ ଏବଂ ଏସପିଙ୍କ ସହ ଆଲୋଚନା

Sunil Chandra Nayak

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

ଚାରବାହାଲ ଠାରେ ରକ୍ତଦାନ ଶିବିର

masiha

Leave a Comment

error: Content is protected !!