ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

ଜଳେଶ୍ଵର,୨୬/୩(ମନିସ)- ଟି ପି ଏନ ଓ ଡି ଏଲ (TPNODL )ର ଇଂଜିନିୟର ଇନ୍ ଚିଫ ବା ସର୍ବୋଚ୍ଚ ଯନ୍ତ୍ରୀ ଭାବରେ ଗତ କାଲି ୨୫/୩/୨୬ ତାରିଖ ଦିନ ସରକାରଙ୍କ ଉଚ୍ଚ ମନୋନୟନ କମିଟି ଦ୍ୱାରା ମନୋନୀତ ହୋଇଛନ୍ତି। ” କାହ୍ନୁ ” ନାମରେ ଆଦର ପାଉଥିବା ଇଂ ବ୍ରଜ ସୁନ୍ଦର ପରିଡା ହେଉଛନ୍ତି ଆଦର୍ଶ ଶିକ୍ଷକ ସ୍ବର୍ଗତ କାଳି କିଙ୍କର ପରିଡାଙ୍କ ପୁଅ।ସେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ମାଟିର ପୁଅ ହିସାବରେ ସମସ୍ତ ପାଇଁ ଉଦାହରଣ ପାଲଟିଛନ୍ତି।ଉକ୍ତ ସୁସମ୍ବାଦ ସୁଗୋ ଓ ଜଳେଶ୍ୱର ଅଂଚଳ ପାଇଁ ଖୁସି ଓ ଗର୍ବର ବିଷୟ ହୋଇଅଛି। ।ତାଙ୍କର ଏହି ନୂତନ ନିଯୁକ୍ତି ପାଇଁ ବାଲେଶ୍ୱର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା,ପୂର୍ବତନ ସଭ୍ୟା ଆରତୀ ଦାସ, ସୁଗୋ ସରପଞ୍ଚ ଜୟନ୍ତୀ ପରିଡ଼ା, ନାମ୍ପୋ ସରପଞ୍ଚ ଲୋପାମୁଦ୍ରା ରାଉଳ,ସମିତି ସଭ୍ୟା ସସ୍ମିତା ପରିଡ଼ା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଅଭିନନ୍ଦନ ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

Sunil Chandra Nayak

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

Sunil Chandra Nayak

Leave a Comment

error: Content is protected !!