ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

ଜଳେଶ୍ଵର,୨୬/୩(ମନିସ)- ଟି ପି ଏନ ଓ ଡି ଏଲ (TPNODL )ର ଇଂଜିନିୟର ଇନ୍ ଚିଫ ବା ସର୍ବୋଚ୍ଚ ଯନ୍ତ୍ରୀ ଭାବରେ ଗତ କାଲି ୨୫/୩/୨୬ ତାରିଖ ଦିନ ସରକାରଙ୍କ ଉଚ୍ଚ ମନୋନୟନ କମିଟି ଦ୍ୱାରା ମନୋନୀତ ହୋଇଛନ୍ତି। ” କାହ୍ନୁ ” ନାମରେ ଆଦର ପାଉଥିବା ଇଂ ବ୍ରଜ ସୁନ୍ଦର ପରିଡା ହେଉଛନ୍ତି ଆଦର୍ଶ ଶିକ୍ଷକ ସ୍ବର୍ଗତ କାଳି କିଙ୍କର ପରିଡାଙ୍କ ପୁଅ।ସେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ମାଟିର ପୁଅ ହିସାବରେ ସମସ୍ତ ପାଇଁ ଉଦାହରଣ ପାଲଟିଛନ୍ତି।ଉକ୍ତ ସୁସମ୍ବାଦ ସୁଗୋ ଓ ଜଳେଶ୍ୱର ଅଂଚଳ ପାଇଁ ଖୁସି ଓ ଗର୍ବର ବିଷୟ ହୋଇଅଛି। ।ତାଙ୍କର ଏହି ନୂତନ ନିଯୁକ୍ତି ପାଇଁ ବାଲେଶ୍ୱର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା,ପୂର୍ବତନ ସଭ୍ୟା ଆରତୀ ଦାସ, ସୁଗୋ ସରପଞ୍ଚ ଜୟନ୍ତୀ ପରିଡ଼ା, ନାମ୍ପୋ ସରପଞ୍ଚ ଲୋପାମୁଦ୍ରା ରାଉଳ,ସମିତି ସଭ୍ୟା ସସ୍ମିତା ପରିଡ଼ା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଅଭିନନ୍ଦନ ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

Sunil Chandra Nayak

ବିଷ ପିଇ ଆତ୍ମହତ୍ୟା 

masiha

Leave a Comment

error: Content is protected !!