ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସଚେତନ ନାଗରିକ ମଞ୍ଚ ର ଦିଲ୍ଲିପ ଙ୍କ ପାଇଁ ମାରାଥନ ପ୍ରଚାର 

ସଚେତନ ନାଗରିକ ମଞ୍ଚ ର ଦିଲ୍ଲିପ ଙ୍କ ପାଇଁ ମାରାଥନ ପ୍ରଚାର 

ରାଉରକେଲା: ଆସନ୍ତା ନିର୍ବାଚନ ପାଇଁ ବିଜେପି ର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲିପ ରାୟଙ୍କ ପାଇଁ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାର କୁ ଜୋରଦାର କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଗତକାଲି ଏସଟିଆଇ, ଏଫସିଆଇ, ଦେଓଗାଁ, ବାଲୁଘାଟ,ରୂପଟୋଲା, ତପସ୍ୱିନୀ ମାର୍କେଟ ଆଦି ଅଂଚଳରେ ଓ ଆଜି ପାନପୋଷ ଛକରୁ ଉଦିତନଗର, ମେନରୋଡ ଓ କୋଏଲ ନଗର ଅଞ୍ଚଳରେ ବ୍ୟାପକ ପ୍ରଚାର କରାଯାଇଛି। ପ୍ରଚାର ବେଳେ ଦିଲ୍ଲିପ ଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଆଗାମୀ ନିର୍ବାଚନରେ ବିଜୟୀ ହେଲେ ରାଉରକେଲା ପାଇଁ ୨୩ ଦଫା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଇଥିଲା। ଏହି ୨୩ ଦଫା କାର୍ଯ୍ୟକ୍ରମ ମଧ୍ୟରେ ସରକାରୀ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା , ଇଏସଆଇ ଡାକ୍ତରଖାନା ପ୍ରତିଷ୍ଠା ,ରେଳ ଡିଭିଜନ , ସରକାରୀ ବିଶ୍ବବିଦ୍ୟାଳୟ, ଦକ୍ଷତା ବିକାଶ କେନ୍ଦ୍ର, ଭୁବନେଶ୍ୱର କୁ ଦ୍ବିତୀୟ ଇଣ୍ଟରସିଟି ଚଳାଚଳ, କୃଷକଙ୍କ ପାଇଁ ଶୀତଳଭଣ୍ଡାର, ବିପିୟୁଟି କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ, ବସ୍ତି ବାସିନ୍ଦାଙ୍କୁ ମୈ।ଳିକ ସୁବିଧା, ବିମାନ ବନ୍ଦର କୁ ସବୁଦିନିଆ କାର୍ଯ୍ୟକ୍ଷମ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କୁ ମାଲିକାନା ପ୍ରମୁଖ ରହିଛି। ପ୍ରଚାର କାର୍ଯ୍ୟକ୍ରମରେ ସର୍ବଶ୍ରୀ ପି ପି ରାୟ, ପ୍ରାକ୍ତନ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଅଗ୍ରୱାଲ, ଜଗବନ୍ଧୁ ଜେନା, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ଭୀମ ସାହୁ, ପପୁ ଶତପଥୀ ପ୍ରମୁଖ ପ୍ରଚାର କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

masiha

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

masiha

Leave a Comment

error: Content is protected !!