ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ
ମୟୂରଭଞ୍ଜ – ୨୫/୦୪ // ରାଇରଙ୍ଗପୁର ସହରରେ ଦିନକୁ ଦିନ ଜବରଦଖଲ ହୁ ହୁ ହୋଇ ବୃଦ୍ଧି ପାଉଛି । ରାଇରଙ୍ଗପୁର ପୌରପାଳିକା ଵେଫିକର ହୋଇ ନିଦାବିଷ୍ଣୁ ସାଜିଛି ।ରାଜନୈତିକ ନେତୃବୃନ୍ଦ ଭୋଟ ବ୍ୟାଙ୍କ ପାଇଁ ଜବରଦଖଲକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନାଁ ଗନ୍ଧ ନ ଧରି ସୁରକ୍ଷା ଦେଉଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ସହର ସବୁଜ ସୁନ୍ଦରହେବା ପରିବର୍ତ୍ତେ ଆକର୍ଷଣ ହରାଉଛି । ଯେଉଁ ଆଡେ ଦେଖିବ ପ୍ରଭାବଶାଳୀ ରାଜନେତା,ବେପାରୀ ,ଜମି ଦଲାଲ,ସରକାରୀ ଚାକିରୀଆ, ବୁଦ୍ଧିଜୀବୀ ସମସ୍ତେ ସରକାରୀ ଜମି ଓ ମଠ ଜମିକୁ ଗିଳି ପକାଉଛନ୍ତି । ଅଧିକାଂଶ ସ୍ଥାନରେ ପ୍ରଶାସନ ହାତବାନ୍ଧି ବସୁଛନ୍ତି ।
ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବାବେଳେ ସରକାର ରାଇରଙ୍ଗପୁର ସହରକୁ ରାଜ୍ୟରେ ଶ୍ରେଷ୍ଠ ସହର ପାଇଁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ କୋଟିକୋଟି ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ପ୍ରକଳ୍ପ ପାଇଁ ବାଧକ ସାଜିଛି ସରକାରୀ ଜମି ।ଜମି ସବୁ ବନ୍ଧା ପଡ଼ିଛି ବଡ଼ ବଡ଼ ଜମି ଦଲାଲ,ଜମି ମାଫିଆ,ବଡ଼ ବଡ଼ ଧଳା ହାତୀଙ୍କ ପାଖରେ । କିନ୍ତୁ ପ୍ରଶାସନ ଏବେ ନଛୋଡଵନ୍ଧା । ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ପରେ ନୋଟିସ ଦେଉଛନ୍ତି ଶିଘ୍ର ସରକାରୀ ଜମି ଛାଡ । କିନ୍ତୁ ଅମାନିଆ ଜବରଦଖଲକାରୀ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଜିଲ୍ଲାପ୍ରଶାସନ କୁ ଆଦେଶକୁ ମାନି ରାଇରଙ୍ଗପୁର ତହସିଲ ପକ୍ଷରୁ , ପୋଲିସ ସହାୟତାରେ ରାଇରଙ୍ଗପୁର ସହରର ମେଡିକାଲ,କୋର୍ଟ,ଅଁଳାଡୁଵା ଗ୍ରାମ ରାସ୍ତାକଡ, ଵାଇଦାପୋଷୀ ଗ୍ରାମର ବିଭିନ୍ନ ସ୍ଥାନରେ ବୁଲଡୋଜର ଲଗାଇ ଭଙ୍ଗା ଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ବାଳ, ତହସିଲ ପର୍ଯ୍ୟବେକ୍ଷକ ନିହାର କୁମାର ପାତ୍ର,ଆରଆଇ ରଞ୍ଜନ ମହାନ୍ତ,ଆରଆଇ ନମିତା ସେଠୀ,ଅନ୍ୟ କର୍ମଚାରୀ,ପୋଲିସ ଆଇଆଇସି ଜ୍ୟୋତିରଞ୍ଜନ ସ୍ଵାଇଁ , ପୋଲିସ ପ୍ଲାଟୁନ ପ୍ରମୁଖ ସହଯୋଗ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

