ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ର ଅବସରପ୍ରାପ୍ତ କର୍ମଚାରୀ ତଥା ସମାଜସେବୀ ସିଭିଲ ଟାଉନସିପ ର ବାସିନ୍ଦା ମହେନ୍ଦ୍ର ଧଳ ୮୫ବର୍ଷ ଙ୍କ ପରଲୋକ ହୋଇଯାଇଛି । ଗତ ୨ ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ସେ ନିଜ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଯଥାର୍ଥ ରେ ଜଣେ ବିଶ୍ୱକର୍ମା ଥିଲେ । ସେ ସେକ୍ଟର ୧୬ ର ବାସିନ୍ଦା ଥିବା ବେଳେ ସେକ୍ଟର ୧୬ ଦୁର୍ଗାପୂଜା ମଣ୍ଡପ କେମିତି ପୁରସ୍କୃତ ହେବ ତାର ପରିକଳ୍ପନା କରି କାର୍ଯ୍ୟକ୍ରମ କରୁଥିଲେ ଏବଂ ଅବସର ପରେ ସିଭିଲ ଟାଉନସିପ ଅଞ୍ଚଳରେ ସମାଜସେବା ରେ ନିଜକୁ ନିୟୋଜିତ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଦୁଇପୁତ୍ର, ଦୁଇ ବୋହୁ,ଦୁଇଝିଅ ଏବଂ ଦୁଇଜ୍ୱାଇଁ ଙ୍କ ସମେତ ପତ୍ନୀ,ନାତି-ନାତୁଣୀ ଏବଂ ସମ୍ପର୍କୀୟ ଆତ୍ମୀୟ ସଜ୍ଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ରାଉରକେଲା ର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ତାଙ୍କ ସିଭିଲ ଟାଉନସିପ ସ୍ଥିତ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପାର୍ଥିବ ଶରୀର କୁ ସିଭିଲ ଟାଉନସିପ ଅଞ୍ଚଳରେ ପରିକ୍ରମା କରାଇବା ପରେ ବେଦବ୍ୟାସ ସ୍ଥିତ ସ୍ବର୍ଗଧାମ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡପୁଅ ଜଗନ୍ନାଥ ଧଳ ମୁଖାଗ୍ନି ଦେଇଥିଲା ବେଳେ ସାନ ପୁତ୍ର ସୁଶାନ୍ତ ଧଳ ଏବଂ ଦୁଇଜ୍ୱାଇଁ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

masiha

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!