ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

 ମୟୂରଭଞ୍ଜ- ୩୧/୧୨ // ଓଡ଼ିଶାର ସିମାନ୍ତ ମାଲକାନଗିରି ଠାରେ ୫୩ ତମ ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର‌ ଦୁଇ ଦିବସୀୟ ଡିସେମ୍ବର (୨୯/୩୦) ରାଜ୍ଯ ଅଧିଵେସନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅଧିବେଶନର ଦିତୀୟ ଦିବସରେ ରାଜ୍ୟ ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ଭାଵେ ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରୀପାଠୀ ନିର୍ବାଚିତ ହୋଇଛନ୍ତି । ସେହିଭଳି ରାଇରଙ୍ଗପୁର ଓକିଲ ସଂଘର ସଂପାଦକ ମନୋଜ ଦାସ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଲଗାତାର ସପ୍ତମ ଥର ପାଇଁ ରାଜ୍ଯ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଶ୍ରୀ ମନୋଜ ଦାସ ନିଜର ଦାୟିତ୍ଵକୁ ସୁଚାରୁରୂପେ ନିର୍ବହନ କରି ସଂଘର କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ଖବର ଶୁଣିବା ପରେ ତାଙ୍କର ଶୁଭେଛୁ ତଥା ମୟୂରଭଞ୍ଜ ଜିଲ୍ଲାବାସୀ ତଥା ରାଇରଙ୍ଗପୁର ଅଂଚଳରେ ଖୁସିର ଲହରି ଖେଳିଯାଇଛି ।ସେ ଜଣେ ଅମାୟିକ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ,ମେଳାପି,ହସଖୁସିଆ ମିଜାଜର ବ୍ୟକ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ 

masiha

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!