ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକଙ୍କ ଶୋକସଭା 

ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକଙ୍କ ଶୋକସଭା 

ନବରଙ୍ଗପୁର:(୧୯|୧୧)( ରବି ନାରାୟଣ ମହାନ୍ତି)ଗତ ୧୬ ତାରିଖ ଦିନ ନବରଙ୍ଗପୁର ସହରର ଜିଲ୍ଲା ସ୍ତରୀୟ ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ବିୟୋଗ ପରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ସଭାରେ ସାମ୍ବାଦିକ ମାନେ ସଂଘ ମତ ନିର୍ବିଶେଷରେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ସାମ୍ବାଦିକ କିଶୋର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶିବ ଶଙ୍କର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସର୍ଗତ ରଞ୍ଜନ ପଟ୍ଟନାୟକ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରୋବ ପ୍ରାର୍ଥନା କରାଯାଇଥିଲା । ସଭାରେ ଫାଲଗୁନି ପାତ୍ର, ପ୍ରଭାତି ବିଷୋୟୀ, ପ୍ରଭଞ୍ଜନ,ବାଙ୍କ ବିଷୋୟୀ, ରବି ପଟ୍ଟନାୟକ ସ୍ଵର୍ଗତ ରଞ୍ଜନ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ବକ୍ତା ମାନଙ୍କ ବକ୍ତବ୍ୟରେ ସର୍ଗତ ରଞ୍ଜନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ତାଙ୍କ ସାହାଯ୍ୟ ମନବୃତି ପ୍ରମୁଖ ଗୁଣାବଳୀକୁ ନେଇ ସ୍ମୃତି ଚାରଣ କରିବା ସମୟରେ ବୈଠକରେ ଭାବାବେଗ ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଳ ବେହେରା ଯୋଗଦେଇ ସର୍ଗତ ରଞ୍ଜନ ପଟ୍ଟନାୟକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ସାମ୍ବାଦିକଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ପାଇଁ ଯଥାଶୀଘ୍ର ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସାମ୍ବାଦିକ କିଶୋର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଦର ମହକୁମାର ସମସ୍ତ ପ୍ରିଣ୍ଟ ଓ ଇଲେକଟ୍ରନିକ ମେଡିଆର ସାମ୍ବାଦିକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ନିଳକଣ୍ଠ ନାୟକ, ବିଘ୍ନରାଜ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

 

Related posts

ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ  

Sunil Chandra Nayak

ଦୁର୍ଘଟଣା ରେ ଜଣେ ମୃତ ,ତିନିଜଣ ଆହତ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!