ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୧୯ ତାରିଖ: ଜ୍ଞାନ ଓ ବିଜ୍ଞାନର ନବ ଦିଗନ୍ତ 

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୧୯ ତାରିଖ: ଜ୍ଞାନ ଓ ବିଜ୍ଞାନର ନବ ଦିଗନ୍ତ 

  ଡ଼ା. ଦେବୀ ପ୍ରସାଦ ମିଶ୍ର,

ଇତିହାସର ପୃଷ୍ଠାରେ ପ୍ରତିଟି ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଥାଏ।ଆଜି ଏପ୍ରିଲ୍ ୧୯ ତାରିଖ, ଯାହା ଭାରତୀୟ ବିଜ୍ଞାନ ତଥା ବିଶ୍ୱ ଇତିହାସ ପାଇଁ ଏକ ଅବିସ୍ମରଣୀୟ ଦିବସ।ଏହା ଏପରି ଏକ ଦିବସ, ଯେଉଁଥିରେ ଜ୍ଞାନ,ବିଜ୍ଞାନ ଓ ମାନବୀୟ ସାଧନାର ସମନ୍ୱୟ ଦେଖିବାକୁ ମିଳେ। 

ଆଜିର ଦିନଟି ବିଶ୍ୱ ସ୍ତରରେ ‘ବିଶ୍ୱ ଯକୃତ ଦିବସ’ ଭାବେ ପାଳିତ ହେଉଛି।ଯକୃତର ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।ଶରୀରର ମୂଳ ଅଂଗଗୁଡ଼ିକର ସୁରକ୍ଷା ହିଁ ସୁସ୍ଥ ସମାଜ ଗଠନର ଆଧାର।ସେହିପରି ବିଶ୍ୱ ଇତିହାସକୁ ଦେଖିଲେ,୧୮୨୪ ମସିହାରରେ ମହାନ କବି ଲର୍ଡ ବାୟରନ ଏବଂ ୧୯୦୬ ମସିହାରେ ନୋବେଲ ବିଜେତା ବୈଜ୍ଞାନିକ ପିୟରେ କ୍ୟୁରୀଙ୍କ ପରଲୋକ ଘଟିଥିଲା।ବିଶ୍ୱ ଇତିହାସରେ ଏହି ଦିନରେ ମହାନ ବ୍ୟକ୍ତିତ୍ୱମାନଙ୍କର ବିୟୋଗ ଆମକୁ ସ୍ମରଣ କରାଏ ଯେ,ସମୟ ସର୍ବଶ୍ରେଷ୍ଠ ବିଚାରକ ଓ ଶିକ୍ଷକ।

ଭାରତ କ୍ଷେତ୍ରରେ ୧୯୭୫ ମସିହା ଆଜିର ଦିନରେ ଭାରତ ନିଜର ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’କୁ ମହାକାଶକୁ ପ୍ରେରଣ କରି ସମଗ୍ର ବିଶ୍ୱକୁ ନିଜର ବୈଜ୍ଞାନିକ ଶକ୍ତି ପ୍ରଦର୍ଶନ କରିଥିଲା।ପ୍ରାଚୀନ ଭାରତର ମହାନ ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ ଏହି ଉପଗ୍ରହ ଆମ ଦେଶର ବୈଷୟିକ ପ୍ରଗତିର ମୂଳଦୁଆ ପକାଇଥିଲା।ଏହା କେବଳ ପ୍ରଯୁକ୍ତିର ସଫଳତା ନୁହେଁ,ବରଂ ଆତ୍ମନିର୍ଭର ଭାରତର ସ୍ୱପ୍ନର ଦୃଢ଼ ପ୍ରତୀକ ଥିଲା।ଏହି ସଫଳତା ପଛରେ ଥିବା ସମସ୍ତ ବୈଜ୍ଞାନିକଙ୍କ ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ଓଡ଼ିଶାର ପରିପ୍ରେକ୍ଷୀରେ,୧୯୬୫ ମସିହାର ଆଜିର ଦିନ ହେଉଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି(କିଟ୍ ଓ କିସ୍)ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜନ୍ମଦିନ।ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।ଏହି ଦିନ ଶିକ୍ଷା ଓ ସମାଜସେବାରେ ଅଗ୍ରଗାମୀ ଜଣେ ବ୍ୟକ୍ତିଙ୍କ ଜନ୍ମଦିନ ସହ ସମ୍ପୃକ୍ତ ଥିବାରୁ ଏହାର ମାନ ଆହୁରି ବୃଦ୍ଧି ପାଇଛି।ଏହିପରି ମହାନ୍ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ ଐତିହାସିକ ଘଟଣାବଳୀ ଆମକୁ କର୍ତ୍ତବ୍ୟପଥରେ ଆଗେଇବାକୁ ପ୍ରେରଣା ଦିଅନ୍ତି।ଏହି ସମସ୍ତ ଘଟଣା ଆମକୁ ଜଣାଏ ଯେ ଜ୍ଞାନ ହିଁ ଶକ୍ତି ଓ ସଚେତନତା ହିଁ ଉନ୍ନତିର ପଥ ଏବଂ ସମୟ ହିଁ ସର୍ବଶ୍ରେଷ୍ଠ ଗୁରୁ।ବିଜ୍ଞାନର ଆଲୋକ ଓ ଜ୍ଞାନର ଶକ୍ତିକୁ ନେଇ ଆମେ ଯଦି ଆଗକୁ ବଢ଼ିବା,ତେବେ ଏକ ସୁସ୍ଥ,ସଚେତନ ଓ ସମୃଦ୍ଧ ସମାଜ ଗଢ଼ିପାରିବା।ତେବେ,ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ଆମର ଜ୍ଞାନର ଶାଖାକୁ ପ୍ରସାରିତ କରିବା ସହ ସମାଜର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ହେବା।

   ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା: ଜୁନ୍ ୧୧ ତାରିଖ :  ଇତିହାସ,ବିଜ୍ଞାନ,ନବ ସୃଜନ ଓ ବ୍ୟଙ୍ଗର ସମାହାର

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୩୦ ତାରିଖ :ଇତିହାସ,ମାନବ ସଭ୍ୟତାର ସଂଘର୍ଷ,ସଂଗ୍ରାମ, ସଚେତନତା ଓ ଜ୍ଞାନ-ବିଜ୍ଞାନର ଅପୂର୍ବ ସମାହାର

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମେ ୫ ତାରିଖ:  ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ

Leave a Comment

error: Content is protected !!