ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ୟାଶ୍ରମରେ ନରସିମା କ୍ଲବର ଦୀପାବଳୀ ପାଳନ

କନ୍ୟାଶ୍ରମରେ ନରସିମା କ୍ଲବର ଦୀପାବଳୀ ପାଳନ

ଜଳେଶ୍ବର,୯/୧୧(ମନିସ)ପବିତ୍ର ଦୀପାବଳୀ ଉତ୍ସବକୁ ଲୋକେ ଆତ୍ମିୟ ସ୍ୱଜନ, ବନ୍ଧୁ ବାନ୍ଧବଙ୍କ ଗହଣରେ ପାଳନ କରୁଥିବା ବେଳେ ନରସିମା କ୍ଲବ ପକ୍ଷରୁ କନ୍ୟାଶ୍ରମରେ ନିଆରା ଢଙ୍ଗରେ ପାଳନ କରାଯାଇଛି। ଜଳେଶ୍ବର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତ ଅଧୀନ ସରସିଦା ଗାଁ ସ୍ଥିତ ଆନନ୍ଦାୟ କନ୍ୟାଶ୍ରମରେ କ୍ଲବର 

କର୍ମକର୍ତ୍ତା ଉପସ୍ଥିତ ହୋଇ ଦୀପାବଳୀକୁ ନିଆରା ଢଙ୍ଗରେ ପାଳିଥିଲେ।କ୍ଲବର ଉପଦେଷ୍ଟା ସମାଜସେବୀ ରାଜେଶ କୁମାର ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁନି ଅନ୍ତେବାସୀମାନେ ବାଣ ଜଳାଇବା ସହ ସେମାନଙ୍କୁ ସଦସ୍ୟମାନେ ଆତ୍ମିୟତା ପ୍ରଦର୍ଶନ କରିଥିଲେ।କ୍ଲବର ସମ୍ପାଦକ କ୍ଷୀତିଶ କୁମାର ବ୍ରହ୍ମ,ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ଦାସ, କୋଷାଧ୍ୟକ୍ଷ ଅଂଶୁମାନ ଜେନା, ଉପଦେଷ୍ଟା ଆକାଶ ଦାସ,ସୁମିତ ସାହୁ, ସୈାମ୍ୟ ରଞ୍ଜନ କର, ଆଦିତ୍ୟ କର୍ମକାର,ରାଜେଶ ସେଣ, ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ସାନ ଭଉଣୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସବ ମନାଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଧାୟକ ଙ୍କ ଦ୍ବାରା ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ

masiha

“ଲୋକ କଳା ପାଇଁ ଦିନଟିଏ ” ନବରଙ୍ଗପୁର ଜିଲ୍ଲା “ବି ମାଲିଗୁଡ଼ା”ଗ୍ରାମରେ କଳାକାରମାନଙ୍କ ସମାବେଶ

masiha

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

Sunil Chandra Nayak

Leave a Comment

error: Content is protected !!