ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଧାୟକ ଙ୍କ ଦ୍ବାରା ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ

ଧର୍ମଗଡ ବିଧାୟକ ଙ୍କ ଦ୍ବାରା ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ

ଆଜି ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଶୁଭ ଦିଆ ଯାଇଅଛି। 

ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥଲେ।ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପଧ୍ୟକ୍ଷା ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, କନିଷ୍ଠ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ ତଥା ଧର୍ମଗଡ ଏନଏସି ର କାଉନସିଲର ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ପାଇଁ ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଉକ୍ତ ଅର୍ଥରେ ମାଆ ଭଣ୍ଡାର ଘରଣୀ ମନ୍ଦିର ର ସନ୍ନିକଟ ରାସ୍ତା ଓ ଡ୍ରେନ କାର୍ଯ୍ୟ ମଧ୍ୟ ସମ୍ପାଦନ ହେବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଓ ଶନିବାର ଦିନ ଉକ୍ତ ସ୍ଥାନରେ ସାପ୍ତାହିକ ବଜାର ବସିଥାଏ। ଉକ୍ତ ପ୍ରାଙ୍ଗଣ ର ସୋନ୍ଦର୍ଯ୍ୟ କରଣ କରାଯିବା ପାଇଁ ଧର୍ମଗଡ ଏନଏସି ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି ବୋଲି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଷୀ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଶ୍ରୀ ବ୍ରଜମୋହନ ରାଧା କୃଷ୍ଣ ମନ୍ଦିର କୁ ଯାଇ ବୁଲି ଦେଖିଥିଲେ। ମନ୍ଦିର ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ଉପରେ ବିଶେଷ ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନାମକୁ ନେଇ ଦ୍ୱନ୍ଦ :ଅସୁବିଧାରେ ମହିଳା

Sunil Chandra Nayak

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗୀତା 

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା

masiha

Leave a Comment

error: Content is protected !!