ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ 

ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ 

ଡାବୁଗାଁ, ୩୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟ|ଳୟର ସଭାଗୃହରେ ଆନ୍ତର୍ଜାତିୟ କ୍ଷୁଦ୍ରଶସ୍ୟ ବାର୍ଷିକ ମହୋତ୍ସବ-୨୦୨୩ ଉପଲକ୍ଷେ ଓଡିଶା ମିଲେଟ ମିଶନ ତରଫରୁ ଡେମୋ କ୍ରାଟିକ ଆକ୍ସନ ଡାବୁଗାଁ ଦ୍ଵାରା ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଡିପିଓ ମିନତୀ ଦାସ ଯୋଗ ଦେଇ କ୍ଷୁଦ୍ର ଶସ୍ୟର ଆବଶ୍ୟକତା ବ୍ୟବହାରିତା ପୋଷକ ତତ୍ଵ ଇତ୍ୟାଦି ଉପରେ ଆଲୋଚନା କରି ବର୍ତ୍ତମାନ ପରିବର୍ତ୍ତନଶୀଳ ପାଣିପାଗ କୁ ଦୃଷ୍ଟିରେ ରଖି କ୍ଷୁଦ୍ରଶସ୍ୟ ଚାଷ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ l ଉପସ୍ଥିତ ସମସ୍ତ ପ୍ରତି ଭାଗୀଙ୍କୁ ଦୈନନ୍ଦିନ ଭଜନ ରେ କ୍ଷୁଦ୍ର ଶସ୍ୟ କୁ ଗ୍ରହଣ କରିବାକୁ ଉତ୍ସାହ ଦେଇଥିଲେ ଏହା ଦ୍ଵାରା ଗର୍ବବତୀ ମହିଳା, ଶିଶୁ, ବୃଦ୍ଧଙ୍କର ଆବଶ୍ୟକ ପୋଷକ ତତ୍ଵ ମିଳି ପାରିବ l ଏବଂ ଚାଷୀଙ୍କୁ ଉପଯୁକ୍ତ ଦର ମିଳି ପାରିବ l ଶେଷରେ ମାଣ୍ଡିଆରେ ପ୍ରସ୍ତୁତି ହୋଇଥିବା ସମସ୍ତ ଖାଦ୍ୟ ସେବନ କରିଥିଲେ l ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ ଓ ବିମଳା କୁମାରୀ ନାୟକ, ସ୍ୱାସ୍ଥ୍ୟ କର୍ମୀ (ମହିଳା) କବିତା ନାୟକ, ମିସନଶକ୍ତି ବିପିଏ ନବୀନ ଭତରା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ୪ ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଯୋଗ ଦେଇଥିଲେ l ଏହି ବୈଠକ କୁ ମିଲେଟ ମିସନ ବ୍ଲକ ସଂଯୋଜକ ନବୀନ ମହୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସହକାରୀ ଜିଲା କାର୍ଯ୍ୟକ୍ରମ ସଂଯୋଜକ ରାଜେଶ୍ଵର ସ୍ଵାଇଁ, ସିଆରପି ବସନ୍ତ ପୂଜାରୀ, ମମତା ମାଳୀ, ସୁବାସ ଭତରା, ଗୁରୁବନ୍ଧୁ ଭତରା, ଭସମନ ମାଳୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

Sunil Chandra Nayak

ବିଦ୍ୟାଳୟ ପରିଚାଳନା କମିଟି ଗଠନ 

Sunil Chandra Nayak

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!