ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଡାବୁଗାଁ, ୮/୭ (ମ.ନି.ସ.)- ନବରଙ୍ଗପୁର ଓ କୋରାପୁଟ ଜିଲାରୁ ମିଳିତ ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନୟନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ୪୦ରୁ ଊର୍ଦ୍ଧ୍ଵ ରୋଷେୟା ଏବଂ ସେବାୟତ ମାନେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଏକ ଦାବିପତ୍ର ଉମରକୋଟ ସ୍ଥିତ ବାସଭବନରେ ସୋମବାର ପ୍ରଦାନ କରିଛନ୍ତି | ଆଜକୁ ଦୀର୍ଘ ୩୦ ବର୍ଷ ଅର୍ଥାତ ୧୯୯୩ ମସିହାରୁ ରୋଷେୟା ଓ ସେବାୟତ ମାନେ ବିଭାଗ ଅଧୀନ ବିଦ୍ୟାଳୟ ଗୁଡିକରେ ରୋଷେଇ କରି ପିଲା ମାନଙ୍କୁ ୨ ଓଳି ଖାଇବାକୁ ଦେବା ସହ ପିଲା ମାନଙ୍କ ସେବା ଯତ୍ନ ସହ ୨୪ ଘଣ୍ଟା ଉପସ୍ଥିତ ରହି ଦାୟିତ୍ଵ ତୁଲାଇ ଆସୁଛନ୍ତି | କିନ୍ତୁ ପୂର୍ବ ସରକାର ଙ୍କ ଠାରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ମନ୍ତ୍ରୀଙ୍କୁ ଅବଗତ କରିଥିଲେ | ମାସିକ ୧୨ ହଜାର ଟଙ୍କା ଦରମା ଆକାରରେ ପ୍ରଦାନ କରୁଥିବାରୁ ବହୁତ ଦୁର୍ଦିନ ଅବସ୍ଥାରେ ଦିନ କାଟୁଛନ୍ତି | ଦାବୀଗୁଡିକ ହେଲା :- ୧୦ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଥିବା ରୋଷେୟାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ୧୦ ବର୍ଷରୁ କମ କାମ କରିଥିବା ରୋଷେୟାଙ୍କୁ ମାସିକ ଦରମା ୧୨ ହଜାରରୁ ୨୫ ହଜାର ଟଙ୍କା କୁ ବୃଦ୍ଧି ଓ ସେମାନଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରର ଜଣକୁ ଚାକିରି ଓ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି | ଉକ୍ତ ଦାବୀ ଉପରେ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ | ଏହି ଦାବିପତ୍ର ପ୍ରଦାନ ସମୟରେ ରାଜେନ୍ଦ୍ର ନାୟକ, ସମାରୁ ରନ୍ଧାରୀ, ତୁଲେଶ୍ଵର ନାୟକ, ରାମାରାଓ ରଥୀଗଣ୍ଡ, ଇନ୍ଦ୍ର ଗଣ୍ଡ, ସୁରେନ୍ଦ୍ର ନାୟକ, ଲକ୍ଷ୍ମୀ ଭତ୍ରା, ସିନ୍ଧୁ ଭତ୍ରା, ଭୀମସେନ ଗଣ୍ଡ, ସମାରୁ ହରିଜନ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

Leave a Comment

error: Content is protected !!