ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

କନ୍ଧମାଳ, ୦୮/୦୭:(ମନିସ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ସହିତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ୨୦୨୨ ମସିହାରେ ବାଲିଗୁଡା ଏନଏସି ଦ୍ଵାରା ୪୩ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ଅଟକଳରେ ଲଗାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସିସିଟିଭି ନଜରରେ ଜେଲ ନିକଟ ବାଏପାସ ଛକ, କଲେଜ ଛକ, କୋର୍ଟ, ଥାନା, ପିଡବ୍ଲୁଡି ଛକ, କୋଳିଗଛ ଛକ, ନେହେରୁ ଛକ ,ବସଷ୍ଟାଣ୍ଡ, ନୁଆସାହି ,ଦଣ୍ଡପଦର ଆଦି ବିଭିନ୍ନ ଛକ ସ୍ଥାନରେ ଲଗାଯିବା ସ‌ହିତ ନିରୀକ୍ଷଣ ଓ ନିୟନ୍ତ୍ରଣ କକ୍ଷ ବାଲିଗୁଡା ଥାନାରେ ରହିଛି । ସିସଟିଭି ଲାଗିବା ପରେ ବାଲିଗୁଡାରେ ଅପରାଧିକ କାର୍ଯ୍ୟକଳାପ କିଛି ମାତ୍ରାରେ ରୋକା ଯାଇପାରିଥିଲା, ବିଶେଷ କରି ଗଞ୍ଜେଇ ମାଫିଆଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।

ଅଳ୍ପ କିଛି ଦିନ ଏହା ଠିକ୍‌ଠାକ ଚାଲିବା ପରେ ପରବର୍ତ୍ତୀ ସମୟରେ ତାହା ଅଚଳ ହୋଇଯାଇଥିଲା। ଦୀର୍ଘ ଦିନ ଧରି ଅଚଳ ହେବା ପରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଏହାକୁ ସଜଡ଼ା ଯାଇଥିଲା । କିନ୍ତୁ ପୁଣି ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ରହିଛି । ଏହି ବାବଦରେ ଏନଏସିର କର୍ମଚାରୀ କମ୍ଭୁପାଣି ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସମ୍ପର୍କରେ କିଛି କହିପାରି ନଥିଲେ l ସୂଚନା ଯୋଗ୍ୟ ଯେ, ଏଥି ମଧ୍ୟରେ ଟାଉନର ଜଣେ ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଗହଣା ଲୁଟି, ଗାଡ଼ିରୁ ସୁନା ରୂପା ଚୋରୀ, ଏବଂ ଜଣେ ଛାତ୍ରଙ୍କୁ ଅପହରଣ ଆଦି ଘଟଣା ସହିତ ଛୋଟ ବଡ଼ ଧରଣର ଚୋରୀ ସାଙ୍ଗକୁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଏବଂ ଚୋରା ମଦ ଓ ଗଂଜେଇ କାରବାର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି l ଏ ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ କହିଛନ୍ତି ଯେ, ବାଲିଗୁଡା ଏନଏସି ତରଫରୁ ସିସଟିଭି କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ତେଣୁ ତାହା ଅଚଳ ହୋଇ ଯାଇଛି । ଏହାକୁ ନେଇ ମୁଁ ଲିଖିତ ଆକରରେ ଉପଜିଲାପାଳଙ୍କୁ ଅବଗତ କରିଛି । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ନକଲେ ଦଳ ତରଫରୁ ଏନଏସି ଘେରାଉ କରିବୁ ବୋଲି କହିଛନ୍ତି। ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା.ରୀନା ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସିସିଟିଭି ଅଚଳ ହୋଇଯାଇଛି । ଏନଏସିର କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ସହ ଏକ ଆଲୋଚନା କରାଯିବ । ଯଦି ସମ୍ଭବ ମରାମତି ନଚେତ ନୂତନ ଭାବରେ ଲଗାଯିବ ବୋଲି ସେ କହିଛନ୍ତି l ତୁରନ୍ତ ଏହାକୁ ଦୀର୍ଘ ସ୍ଥାୟୀ ରହିବା ଭଳି କାର୍ଯ୍ୟକ୍ଷମ କରା ନ’ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୁଦ୍ଧିଜୀବୀ ମହଲରୁ ସୂଚନା ଦିଆଯାଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଓଲମା ଗ୍ରାମରେ ସଶସ୍ତ୍ର ଡକାୟତି, ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

masiha

ଚାଷିଙ୍କ ଠାରୁ ୨୫ହଜାର ଲୁଟ କଲେ ଦୁର୍ବୁର୍ତ୍ତ

masiha

ଟଙ୍କା ଚୋରୀ ଅଭିଯୋଗରେ ନାବାଳିକାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଲେ 

Sunil Chandra Nayak

Leave a Comment

error: Content is protected !!