ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

ନବରଙ୍ଗପୁର:(ତା ୨୨/୦୮)(ରବିନାରାୟଣମହାନ୍ତି)-ଦୀର୍ଘ ବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରିବା ପରେ ଆଜି ଝରୀଗାଁ କନିଷ୍ଠ ଦେୱାନୀ ଅଦାଲତକୁ ହସ୍ତାନ୍ତର କରିଛି ଝରୀଗାଁ ପୋଲିସ |ପ୍ରାପ୍ତ ସୂଚନା ମୁତାବକ ଝରୀଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ ସିନ୍ଧିପଡା ଗ୍ରାମର ଧମ ଭୋଇ ଙ୍କ ପୁଅ ଡମ୍ବରୁ ଭୋଇଙ୍କ ନାମରେ ଝରୀଗାଁ କନିଷ୍ଠ ଦେୱାନୀ ଅଦାଲତରେ ଧାରା ୩୪୧, ୩୨୩,୨୯୪, ୫୦୬, ୪୩ଭଳି ଦଫା ସବୁ ଲାଗିଥିଲା |ହେଲେ ଦୀର୍ଘ ବର୍ଷ ଧରି ସେ କୋର୍ଟରେ ଉପସ୍ଥିତ ନହେବାରୁ ମାନ୍ୟବର ଅଦାଲତ ଝରୀଗାଁ ପୋଲିସକୁ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ |ମାନ୍ୟବର ଅଦାଲତଙ୍କ ଆଦେଶ ପାଇବା ପରେ ପୋଲିସ ପ୍ରଶାସନ ତତ୍ପରତା ଦେଖେଇଛି ଓ ଡମ୍ବରୁ ଭୋଇଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି |ଡମ୍ବରୁଙ୍କୁ ଗିରଫ କରିବା ପରେ ପୋଲିସ ପ୍ରଶାସନ ମାନ୍ୟବର ଅଦାଲତଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

Sunil Chandra Nayak

Leave a Comment

error: Content is protected !!