ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଉତ୍କଳ ଆଲୁମିନା ତତଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ଉତ୍କଳ ଆଲୁମିନା ତତଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ରାୟଗଡା : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ତାହାର ସିଏସ୍‌ଆର ପ୍ରୟାସ ଅଧୀନରେ ସଫଳତାର ସହିତ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା, ଯାହା ଉଲ୍ଲେଖନୀୟ ଭାବରେ ସଫଳ ହେବା ସହିତ ସେଥ୍ରେ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ଶ୍ରୀ ରବି ମିଶ୍ର, ୟୁନିଟ ହେଡ୍‌, ଉତ୍କଳ ଆଲୁମିନା ଏବଂ ବିଶିଷ୍ଟ ଅତିଥ୍‌ ଶ୍ରୀ ଭାସ୍କର ରଇତ, ଓଏଏସ୍ (ଏସ୍ଏଜି), ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ( ଏଡିଏମ୍) ରାୟଗଡା, ଶ୍ରୀ ଫିରୋଜ କୁଜୁରୁ, ସିଆରପିଏଫ୍ କମାଣ୍ଡାଣ୍ଟ, ରାୟଗଡା, ଶ୍ରୀ ଅମୃତ ରାଓଲା, ଓଏଏସ୍, ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ), କାଶୀପୁର, ଶ୍ରୀ ଜଗବନ୍ଧୁ ମାଝୀ, ସରପଞ୍ଚ ଟିକିରି ଏବଂ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ସିଏସ୍‌ଆର ହେଡ୍, ଉତ୍କଳ ଉଦ୍‌ଘାଟନ କରିଥିଲେ।

1 ଜଗବନ୍ଧୁ ମାଝୀ, ସରପଞ୍ଚ ଟିକିରି, ଶ୍ରୀ ଯଦୁ ମାଝୀ, ସରପଞ୍ଚ ହାଡିଗୁଡା, ଶ୍ରୀ ବଙ୍ଗାରୀ ମାଝୀ, ସରପଞ୍ଚ କୁଚେଇପଦର ଏବଂ ଉତ୍କଳ ଆଲୁମିନା କର୍ମଚାରୀ ୟୁନିୟନ୍‌ର ସଦସ୍ୟଗଣ ଏହି ଅବସରରେ ଉପସ୍ଥିତ ଥିଲେ।

এই ଅବସରରେ ପ୍ରକାଶ କରି ଶ୍ରୀ ରବି ମିଶ୍ର ଗୁରୁତ୍ଵ ଦେଇ କହିଥିଲେ ଯେ ପ୍ରତ୍ୟେକ ୟୁନିଟ୍ ରକ୍ତର ତିନିଟି ଜୀବନ ବଞ୍ଚାଇବା ସାମର୍ଥ୍ୟ ରହିଛି, ଏବଂ ସମସ୍ତ ଉପସ୍ଥିତ ବ୍ୟକ୍ତି ରକ୍ତଦାନ ଶିବିରରେ ଅଂଶଗ୍ରହଣ କରି ଆଗ୍ରହର ସହିତ ରକ୍ତଦାନ କ କରିବାକୁ ନିବେଦନ କରିଥିଲେ।

ଏଡି ଏମ୍ ରାୟଗଡା ଏହି ପ୍ରୟାସକୁ ପ୍ରଶଂସା କରିବା ସହିତ ଏହାର ଗୋଷ୍ଠୀ ଉପରେ ସକାରାତ୍ମକ ପ୍ରଭାବ ପଡ଼ୁଥିବା ଉଲ୍ଲେଖ କରି ଏଭଳି ମହତ୍ ଉଦ୍ଦେଶ୍ୟ ନିମନ୍ତେ ନିଜର ସମର୍ଥନ ରହିଥ‌ିବା ପ୍ରକାଶ କରିଥିଲେ। ବିଡିଓ ସମାନ Iନ ବକ୍ତବ୍ଯ ରଖୁବା ସହିତ ସହିତ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏହିଭଳି ଅଧିକରୁ ଅଧିକ ଗୋଷ୍ଠୀ 11 ଦ୍ଵାରା ପରିଚାଳିତ ପ୍ରୟାସସମୂହକୁ ଉତ୍ସାହିତ କରିଥ୍ ରିଥିଲେ । ଅନୁରୂପ ଭାବରେ ସିଆରପିଏଫ୍ ସହଭାଗୀତା ଏବଂ ଏଥିରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତଦାନ କରିବାର ଆଗ୍ରହକୁ ପ୍ରଶଂସା କରିଥିଲେ ।

ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ସିଏସଆର ହେଜ୍ ଅବଦାନ ରଖୁଥ‌ିବା ସମସ୍ତ ବ୍ୟକ୍ତି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଧନ୍ୟବାଦ ଜଣାଇଥିଲେ। ଅଂଶଗ୍ରହଣକାରୀମାନଙ୍କର ସାମଗ୍ରିକ ଉଦ୍ଯମ ଏବଂ ପ୍ରତିବଦ୍ଧତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ, ଯାହା ଏହିଭଳି କାର୍ଯ୍ୟକ୍ରମର ସଫଳତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖେ।

ଏହି ଶିବିର ବିଶାଳ ସଫଳତା ହାସଲ କରିଥିଲା ଏବଂ ଏଥିରେ ୧୫୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଯାହା ମଜଭୁତ ଗୋଷ୍ଠୀଗତ ମନୋଭାବ ଏବଂ ସାମାଜିକ ଦାୟିତ୍ଵ ପ୍ରତି ଉତ୍କଳ ଆଲୁମିନା ବଜାୟ ରଖୁଥ‌ିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। କର୍ମଚାରୀ, ସ୍ଥାନୀୟ ଅଧୂବାସୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ସମର୍ଥନ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିବା ଦିଗରେ ଉତ୍ସର୍ଗୀକୃତ ଭାବ ସମ୍ପର୍କରେ ଉଲ୍ଲେଖ କରିଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭଲ ଖବର – ଆଜି ଠୁଁ କଲମପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ମିଳିବ ଜଳାତଙ୍କ ଟୀକା

Sunil Chandra Nayak

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

Leave a Comment

error: Content is protected !!