ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜ୍ୟପାଦ ଗୁରୁ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ ଉତ୍ସବ 

ପୂଜ୍ୟପାଦ ଗୁରୁ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ ଉତ୍ସବ 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଐତିହସମ୍ପନ୍ନ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀରେ ଏହି ବିଦ୍ୟାପୀଠର ୧୯୬୯ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭା ବିଦ୍ୟାପୀଠର ସଭଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚର ପୁରାତନ ଛାତ୍ର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏହି ବ୍ୟାଚର ପୁରାତନ ଛାତ୍ର ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଡ. ହେମନ୍ତ କୁମାର ଦାସ,ବରିଷ୍ଠ ଚିକିତ୍ସକ ଡ.ଲିଙ୍ଗରାଜ ହୋତା, ୧୯୮୮ ବ୍ୟାଚର ପୁରାତନ ଛାତ୍ର ତଥା ପୁରାତନ ଛାତ୍ର ସଂସଦର ସଙ୍ଗଠନ ସମ୍ପାଦକ ସାମ୍ବାଦିକ ତାପସ ରାଉତରାୟ,ଶିକ୍ଷୟତ୍ରୀ ମମତା ମୟୀ ବାରିକ ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବାସହ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ବିଦ୍ୟାପୀଠ ପକ୍ଷରୁ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ସଚ୍ଚିଦାନନ୍ଦ ପ୍ରଧାନଙ୍କୁ ଉତ୍ତରୀୟ,ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ ସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୪ର୍ଥ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୯୬୯ ବ୍ୟାଚର ପୁରାତନ ଛାତ୍ର ଗୌରାଙ୍ଗ ଶତପଥୀ,ତ୍ରୈଲୋକ୍ୟ ନାଥ ରାଉତରାୟ, ଦୋଳଗୋବିନ୍ଦ ଲେଙ୍କା,ନନ୍ଦକିଶୋର ରାଉଳ, ପୁରାତନ ଛାତ୍ରୀ ପ୍ରମିଳା ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ପୁରାତନ ଛାତ୍ର ସାମ୍ବାଦିକ ତାପସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

masiha

ସମାଜସେବୀ ସୂର୍ଯ୍ୟ ନାରାୟଣ ଦାସଙ୍କ ବିୟୋଗରେ ଶୋକ 

Sunil Chandra Nayak

ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!