ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ମଧ୍ୟାହ୍ନରେ ଦୁଇ ଯୁବକ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭିର ପାଣି ବୁଡି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ଉତରପ୍ରଦେଶ ଆଗ୍ରା ଅଂଚଳ ତଣ୍ଡାଲା ଗ୍ରାମର ଅଜିତ କୁଅଁର (୨୨) ଏବଂ ଜାଭେଦ୍ ଖାନ (୨୦) । ଏକ କମ୍ପାନିର କଲର ପ୍ରିଂଟ ୱାଲ କରିବାକୁ ଆସି ଫେରେୁଥିବା ବେଳେ ଏପରି ଘଟଣା ଘଟିଯାଇଛି । ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି ।

ସୁଚନାଅନୁ୍‌ଯାଇ ଆଗ୍ରା ଅଂଚଳ ତଣ୍ଡାଲା ଗ୍ରାମର ୭ ଜଣ ଯୁବକ ଏକ କମ୍ପାନୀର ୱାଲ ରଙ୍ଗ କାମ ପାଇଁ ଦୀର୍ଘ ୧୫ ଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଆସିଥିଲେ । କାମ ସାରି ଫେରୁଥିବା ସମୟରେ ନିମପୁର ନିକଟ ନରେନ୍ଦ୍ରପୁର ଘାଟ ପାଖରେ ଗାଡି ରଖି ୬ ଜଣ ଯୁବକ ଗାଧୋଇବାକୁ ଯାଇଥିଲେ । ସେଠାରେ ୬ ଜଣ ଗାଧୋଉଥିବା ବେଳେ ହଠାତ ଦୁଇ ଜଣ ଗଭୀର ନଦୀ ପାଣିରେ ବୁଡି ଯାଇଥିବା ବେଳେ ୪ ଜଣ ଅଳ୍ପକେ ବର୍ତି ଯାଇଥିଲେ । ତେବେ ଆଗ୍ରାରୁ ସାଙ୍ଗ ହୋଇ ୭ ଜଣ କାମ ପାଇଁ ଓଡ଼ିଶା ଆସିଥିଲେ କିନ୍ତୁ ଦୁଇ ସାଙ୍ଗଙ୍କୁ ହରାଇ ୫ ଜଣ ଚିନ୍ତାରେ ଅଛନ୍ତି ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଗଞ୍ଜାମ ଗସ୍ତରେ ବିଧାନସଭାର ଗୃହ କମିଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା

Sunil Chandra Nayak

ନାଲକୋ ଖଣି ଅଂଚଳର ଦୁଃଖ ଟାଙ୍ଗଣିପଦର ଗାଁ , ଅଙ୍ଗନବାଡ଼ି ଘରେ ଚାଲିଛି ପାଠ ପଢା ବିଜୁଳି ରାସ୍ତା ସାତ ସପନ

Sunil Chandra Nayak

ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର 

masiha

Leave a Comment

error: Content is protected !!