ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

ଉମରକୋଟ: (୨୩|୮)(ରବି ନାରାୟଣ ମହାନ୍ତି)୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି କୌଣସି ସରକାରୀ ସହାୟତା, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ବେନରା ପଂଚାୟତ ର ନୂଆଗୁଡା ଗ୍ରାମର ଭକ ହରିଜନ ଙ୍କ ଦେହ ଅସୁସ୍ଥତା କାରଣରୁ ବର୍ଷେ ହେଲା ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବୁଦନ୍ତି ହରିଜନ ଯାହାଙ୍କ ବୟସ ୭୨ ବର୍ଷ ତାଙ୍କର ଆଧାର କାର୍ଡ ନ ଥିବାରୁ ତାଙ୍କୁ ଆଜିଯାଏ ପେନସନ ଏବଂ ସରକାରୀ ଚାଉଳ ଟିଏ ମିଳିପାରିଲା ନାହିଁ, ଦୁଃଖର ବିଷୟ ବୁଦନ୍ତି ହରିଜନ ଏହି ବୟସରେ ଲୋକଙ୍କ ଘରେ କୁଲି କାମ କରନ୍ତି, ବର୍ତ୍ତମାନ ତିନିମାସ ହେଲା ବୁଦନ୍ତି ଆଧାର କାର୍ଡ ଖଣ୍ଡେ କରିଥିବା ବେଳେ ସରପଞ୍ଚ ଙ୍କୁ ମଧ୍ୟ ବାରମ୍ବାର ପେନସନ ଏବଂ ଚାଉଳ ପାଇଁ ଗୁହାରି କରିଥିଲେ l କିନ୍ତୁ ସରପଞ୍ଚ ତାଙ୍କ ଦୁଃଖ ବୁଝିଲେ ନାହିଁ ଯଥାଶୀଘ୍ର ବୁଦନ୍ତି ହରିଜନ ଙ୍କୁ ପେନସନ ଏବଂ ଚାଉଳ ଯୋଗେଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

masiha

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

masiha

ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!