ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁଡ଼ିଆ ଘର ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଝରିଗାଁ ପୋଲିସ

ଶ୍ରମ ଅର୍ଥ ଭାଗବଣ୍ଟା ନେଇ ହତ୍ୟା ସନ୍ଦେହ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ କରମରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ନିକଟସ୍ଥ ଏକ ମାଟି କୁଡିଆ ଘର ଭିତରୁ ରବିବାର ଝରିଗାଁ ପୋଲିସ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି।ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ପରିବାର ସଦସ୍ୟ ଙ୍କ ପକ୍ଷରୁ ଦାଦନଶ୍ରମିକ ଭାବେ କାର୍ଯ୍ୟ କରି ଉପାର୍ଜିତ ଟଙ୍କାର ଭାଗବଣ୍ଟା ନେଇ ହତ୍ୟା କରାଯାଇଥିବା ଅଭିଯୋଗ।ପ୍ରାପ୍ତ ସୂଚନା ପ୍ରକାରେ କରମରୀ ଗ୍ରାମର ଜମିର ଲୋହରାଙ୍କ ମାଟି ଘରେ ରବିବାର ସକାଳୁ ଏକ ଯୁବକର ମୃତ ଦେହ ପଡିଥିବା ନେଇ ସାମାଜିକ ଗଣ ମାଧ୍ୟମରେ ପ୍ରସାର ହୋଇଥିଲା,ପରେ ଉମରକୋଟ ବ୍ଲକ ତରେଙ୍ଗା ଗ୍ରାମର ରତନ ମାଝୀ(୩୪) ବୋଲି ଜଣାପଡିଥିଲା। ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଝରିଗାଁ ଥାନରେ ମୃତ ରତନ ମାଝୀଙ୍କ ଭାଇ ଲଛମନ ମାଝୀ ଲିଖିତ ଭାବେ ଜଣାଇଥିଲେ।ଲିଖିତ ଅଭିଯୋଗ ପାଇ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି, ଏସଆଇ ପ୍ରମୋଦ କୁମାର ଖଣ୍ଡୁଆଲ, ଏ ଏସ ଆଇ ଅଶୋକ କୁମାର ପାଳ, ମହେଶ୍ୱର ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ଏବଂ ସାଇନ୍ଟିଫିକ ଟିମର ସହାୟତା ନେଇଥିଲେ।ମୃତ ରତନଙ୍କ ପରିବାର ଲୋକ କହିବା ପ୍ରକାରେ ଆଜିକୁ ୪ମାସ ତଳେ କଲେଗାଁ ଗ୍ରାମର ନିଲମ ଗୌଡ଼ ତାଙ୍କ ସ୍ତ୍ରୀ ଏବଂ ମୃତ ରତନ ଦାଦନ ଶ୍ରମିକ କାମ କରିବା ପାଇଁ ବାଙ୍ଗାଲୋର ଯାଇଥିଲେ।ଗତ ଆଠ ଦିନ ତଳେ ସମସ୍ତେ ରତନ ଘରକୁ ଫେରିଥିଲେ ତିନି ଜଣ ରତନ ଘରେ ତିନି ଦିନ ରହିବା ପରେ ନିଲମ ଏବଂ ତାଙ୍କ ସ୍ତ୍ରୀ ଘରକୁ ଫେରି ଆସିଥିଲେ ।ତେବେ ମୃତ ରତନ ନିଲମଙ୍କ ସ୍ତ୍ରୀ ପାଖରେ ବାଙ୍ଗାଲୋରରୁ ଆଣିଥିବା ଟଙ୍କା ରହିଯାଇଛି ସେହି ଟଙ୍କା ଆଣିବି କହି ଘରୁ ୫ଦିନ ତଳେ ବାହାରିଥିଲା ବୋଲି ପରିବାର ଲୋକ କହିଥିଲେ।ତେବେ ରବିବାର ସକାଳେ କରମରୀ ଗ୍ରାମର ଜମିର ଲୋହରାଙ୍କ ଘରେ ରତନର ମୃତ ଦେହ ଉଦ୍ଧାର ହୋଇଥିଲା ଶରୀର ରେ ଅନେକ କ୍ଷତ ଚିହ୍ନ ସହିତ ନିକଟରେ ଏକ ହାଣ୍ଡିରେ ଭାତ ରହିଥିବ ବେଳେ ଗୋଟିଏ ଥାଳିରେ ଭାତ ଅଧା ଖିଆ ହୋଇ ପଡୀରହିଥିଲା,ସେହିପରି ଘର ଭିତରେ ରହିଥିବା ଦର୍ପଣର କାଚ ଭାଙ୍ଗି ଥିବା ଦେଖାଯାଇଥିଲା ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ଏବଂ ଅଧିକ ତଦନ୍ତ ପରେ ରତନର ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

Sunil Chandra Nayak

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

Sunil Chandra Nayak

ଖଣିମାଲିକଙ୍କ ଘରେ ପ୍ରଶାସନିକ ଚଢ଼ାଉ; ୭୦କୋଟି ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି

Leave a Comment

error: Content is protected !!