ପୂର୍ବତନ ସରପଞ୍ଚ ଙ୍କ ହୃଦଘାତ ରେ ଦେହାନ୍ତ
ଜୁନାଗଡ଼ -୧୭/୯(ମନୀସ ଗତ ରାତିରେ ଜୁନାଗଡ଼ ବ୍ଲକ ସ୍ଥିତ ରାଜପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ କରଲାପlଟ ପଣ୍ଡରାମାଳି ସମାଜ ର ପୂର୍ବତନ ସମ୍ପାଦକ,ପଣ୍ଡରାମାଳୀ ଯୁବ ବାହିନୀ ର ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ଉପସଭାପତି ଶିବ ପ୍ରସାଦ ଭୋଇ ଙ୍କ କନକପୁର ସ୍ଥିତ ନିଜ ବାସଭବନ ରେ ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ରାଜପୁତ ପଂଚାୟତ ରେ ୧୦ ବର୍ଷ ସରପଞ୍ଚ, ଜୁନାଗଡ଼ ସରପଞ୍ଚ ସଙ୍ଘ,ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ପଶ୍ଚିମ ଓଡିଶା ସରପଞ୍ଚ ସଙ୍ଘ ର ସଭାପତି ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ l ସେ ରାଜପୁର ପଂଚାୟତ ରୁ ନିଜ ଜନସେବା କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ଜିଲ୍ଲା ରେ ଜଣେ ଦୃଢ ସଂଘଠକ ଭାବେ ଖ୍ୟାତି ଅର୍ଜନ କରିଥିଲେ l ଦିନ ହଉ କି ରାତି ସଦାବେଳେ ଗ୍ରାମାଞ୍ଚଳ ଲୋକଙ୍କୁ ସାହାଯ୍ୟ ପାଇଁ ତତ୍ପର ଥିଲେ l ପଣ୍ଡରାମାଳି ସମାଜ ଗଠନ ରେ ତାଙ୍କ ଭୂମିକା ଅତୁଳନୀୟ ଥିବା ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ପୂଝlରୀ ସମାଜ ଆଇନ ପରାମର୍ଶ ଦାତା ତଥା ପୂର୍ବତନ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ ପ୍ରକାଶ କରିଛନ୍ତି ଓ ତାଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହ ସହ ନେତୃସ୍ଥାନୀୟ ଲୋକ ଓ ଜନସାଧାରଣ ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ତାଙ୍କ ଦେହାନ୍ତ ଖବର ପାଇଁ ବି ଜେ ପି ନେତା ପୂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ପୂର୍ବତନ ନଗରପାଳ ସୁଧାଂଶୁ ବରlଡ଼, ସାମ୍ବାଦିକ ସଙ୍ଘ ସଭାପତି ସନ୍ତୋଷ ସିଂ ଦେଓ, ଓକିଲ ସଙ୍ଘ ସଭାପତି ହିମାଂଶୁ ବରlଡ଼ ଶୋକପ୍ରକାଶ କରିଛନ୍ତି l ତାଙ୍କ ଦେହାନ୍ତ ରେ ସାରା ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି l
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

