ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡାଗଡ ପର୍ଜ୍ୟଟନ ସ୍ଥଳୀରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ , ପରିଦର୍ଶନ କଲେ ପର୍ଜ୍ୟଟନ ସ୍ଥଳୀ ସମସ୍ୟା ଉପରେ ଅବଗତ ହେଲେ

ନବରଙ୍ଗପୁର—- (ମସିହା) ଆଜି 5t ସଚିବ ପୋଡାଗଡ଼ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନକରି ଛନ୍ତି। ଆଜିର ଏହି ଦିବସରେ ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରୀଙ୍କୁ ନେଇ ସମସ୍ତ ବ୍ୟବସ୍ତା କରିଥିଲେ ଓ ପୋଡାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ ଓ ସମ୍ପାଦକ ପୁରୁଷୋତମ ଭତରା ସହଯୋଗ କରିଥିଲେ।

ଏହି ଉତ୍ସବ ରେ ଶତାଧିକ ମହିଳା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ଭି ପାଣ୍ଡିଆନ ପୋଡାଗଡ଼ ର ଭୈରବ ମନ୍ଦିର ଓ ଝାଜାଲଦେଇ ପାହାଡ଼ ଚଢି ଥିଲେ ଓ ସଂଗ୍ରାହଳୟ ପରିଦର୍ଶନ କରିଥିଲେ ପରେ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରର ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇ ଜିଲ୍ଲା ପାଳ ଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କୁ ପୋଡାଗଡ଼ ର ଉନ୍ନତି ବିଷୟରେ ଅବଗତ କରାଇ ଥିବାରୁ ପୋଡାଗଡ଼ ସେବାୟତ ଚାରିଟେବଲ ଟ୍ରଷ୍ଟକର୍ମକର୍ତା ଖୁସିବ୍ୟକ୍ତ କରିଥିଲେ। ଶ୍ରୀଯୁକ୍ତ ପାତ୍ର କନିଷ୍ଠ ଯନ୍ତ୍ରୀ ବହୁତ ଦାଇତ୍ୱ ନେଇ ସଭା ମଣ୍ଡପ ରାସ୍ତା ମରାମତି କରାଇଥିବାରୁ ଟ୍ରଷ୍ଟ ର କର୍ମକର୍ତ୍ତା ଖୁସିବ୍ୟକ୍ତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଘଞ୍ଚ ଜଙ୍ଗଲ ଭିତରେ ଐତିହାସିକ ଯୁଗର ବହୁ ପୁରାତନ ହାତୀଗୀର୍ଜା

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!