ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

କିଛି ରହିଗଲା ବାକି 

 ନଳିନୀ ପ୍ରଭା ମିଶ୍ର

ସରି ତ ! ନ ଥିଲା ଆମ ବାର୍ତ୍ତାଳାପ 
   ସମୟ କହିଲା ଡାକି
ଅକୁହା କଥା ମୋ ମନ ତଳେ
  ଚାପି କିଛି ରହିଗଲା ବାକି।
ଭାରି ମୂଲ୍ୟ ବାନ ଆମ ପାଇଁ
 ‌ ଥିଲା ମୂହୁର୍ତ୍ତ ର ଉପସ୍ଥିତ
ଅନେକ ଦିନ ର ଅବ୍ୟକ୍ତ
  ବେଦନା ବିନିମୟେ ହେବ ବ୍ୟକ୍ତ ।
ସମୟଟା କିନ୍ତୁ ବଡ଼ ନିଦାରୁଣ
  ଅଟକି ସେ ରହିଲା କି ?
ସରି ତ ! ନ ଥିଲା———-।
ତୁମେ ଆସିଥିଲ ବହୁ ଦିନ
   ପରେ ପ୍ରତି ଶ୍ରୁତି କରି ରକ୍ଷା
ବିଜନ ବେଳାରେ ଆଙ୍କି ହୋଇଥିଲା
  ଆମରି ମିଳନ ରେଖା।
ଶୁଣାଉ ଥିଲା ସେ ଝାଉଁ ବଣ 
  ସ୍ଵର ବେଳା ଭୂମି ଥିଲା ସାକ୍ଷୀ
ସରି ତ ! ନ ଥିଲା———-।
ଅକୁହା କଥାଟା ଏମିତି ଯେ ଏକ
  ସହଜରେ ନୁହେଁ କହି
ମରମ ବେଦନା ମନ ତାଳେ
  ଚାପି ନୀରବରେ ହୂଏ ଦହି।
ବିଦାୟୀ ବେଳାର କରୁଣ ମୂହୁର୍ତ୍ତ
  ମାନସରେ ଯାଏ ଲେଖି
ସରି ତ ! ନ ଥିଲା———-।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ମହାବାହୁ

Sunil Chandra Nayak

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ କବିତା = ଶୁଭ ଜନ୍ମ ଦିନ 

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା = ଏ ଅବୁଝା ମନ

Sunil Chandra Nayak

Leave a Comment

error: Content is protected !!